ରାସ୍ତା ନିର୍ମାଣ କରିବାକୁ କଥା ଦେଲେ ବିଧାୟିକା । ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଲୋକେ ।

Advertisment
ରାସ୍ତା ନିର୍ମାଣ କରିବାକୁ କଥା ଦେଲେ ବିଧାୟିକା । ଭୋଟ ବର୍ଜନ ନିଷ୍ପତ୍ତିରୁ ଓହରିଲେ ଲୋକେ ।

କନକ ବ୍ୟୁରୋ: ଯିବା ଆସିବା କରିବାକୁ ରାସ୍ତାଟିଏ ବି ନାହିଁ । ଖରାଦିନେ ରାସ୍ତାର ଧୂଳିରେ ଆଖି ବୁଜିହୋଇଯାଉଛି ତ ବର୍ଷା ଦିନେ ରାସ୍ତାରେ କାଦୁଅ ପଚପଚ । ଘରୁ ବାହାରିବା ମୁସ୍କିଲ । ଏଭଳି ସ୍ଥିତିରେ ବିକାଶର ଧାରା ଯେପରି ଠପ୍ ହୋଇଯାଇଛି । ରାସ୍ତା ଖଣ୍ଡେ ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ନେତା , ମନ୍ତ୍ରୀଙ୍କ ପାଖରେ ଗୁହାରି କରି କରି ଥକିଗଲେଣି ସ୍ଥାନୀୟ ଲୋକେ । ଶେଷରେ ଅତିଷ୍ଠ ହୋଇ ପଞ୍ଚାୟତ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ସୁନ୍ଦରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏକାଧିକ ଗାଁର ଲୋକେ । ହେଲେ ସଦର ବିଧାୟିକା କୁସୁମ ଟେଟେ ଲୋକଙ୍କ ପାଖରେ ପହଞ୍ଚି ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେବା ପରେ ଆଶ୍ୱସ୍ତ ହୋଇଛନ୍ତି ଲୋକେ । ଏବଂ ପଞ୍ଚାୟତ ନିର୍ବାଚନରେ ସାମିଲ ହେବାକୁ ରାଜି ହୋଇଛନ୍ତି ।

ସୁନ୍ଦରଗଡ଼ ସଦର ବ୍ଲକ୍ ଧାରୁଆଡିହି ଥାନା ଅନ୍ତର୍ଗତ ଖେରିଆକାନି, ବାଦଲପରା, ଗିରେଲଡୁଙ୍ଗରି, ଗୁଏଲଝୁମ୍ପା, ଜାମଢିପାପରା, କୁଅଁରମାଲକୁ ସଂଯୋଗ କରୁଥିବା ଏକମାତ୍ର ମୁଖ୍ୟରାସ୍ତା ଶୋଚନୀୟ ହୋଇପଡ଼ିଛି। ବର୍ଷା ଦିନେ କାଦୁଅ ଓ ଖରାରେ ଧୂଳିମୟ ହୋଇ ବର୍ଷ ବର୍ଷ ଧରି ଯାତାୟତରେ ସମସ୍ୟା ସୃଷ୍ଟି କରି ଆସୁଛି। ଅଞ୍ଚଳବାସୀ ପଞ୍ଚାୟତ ଅଫିସ, ବ୍ଲକ, ଏଏନଏମ ସେଣ୍ଟର, ମଝାପଡ଼ା ସ୍ଥିତ ଲ୍ୟାମ୍ପସ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, କୁଲୁଟା ଆର୍ ଆଇ ଅଫିସ ସମେତ ଅନ୍ୟାନ୍ୟ ସରକାରୀ ତଥା ବେସରକାରୀ ଅଫିସକୁ ଯିବାକୁ କଲବଲ ହେଉଥିବାରୁ ପ୍ରତିବାଦରେ ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe