ବିଜେଡିରୁ ଇସ୍ତଫା ଦେଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଛନ୍ତି ଇସ୍ତଫାପତ୍ର ।

481

କନକ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ବିଧାୟକ ପ୍ରେମାନନ୍ଦ ନାୟକ । ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ ବିଜେଡିରୁ ଇସ୍ତଫା ଦେଇଛନ୍ତି । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପ୍ରେମାନନ୍ଦ । ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ପ୍ରେମାନନ୍ଦଙ୍କ ଇସ୍ତଫାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ପ୍ରେମାନନ୍ଦ ଅନ୍ୟ କୌଣସି ଦଳରେ ସାମିଲ ହେବେ କି? ଯଦି ସାମିଲ ହେବେ ତେବେ କେଉଁ ଦଳରେ ବୋଲି ସାଧାରଣରେ ପ୍ରଶ୍ନ ଉଙ୍କି ମାରିଛି । ବିଜେଡିରୁ ଇସ୍ତଫା ଦେଇଥିଲେ ମଧ୍ୟ ନିଜର ଆଗାମୀ ରାଜନୈତିକ ଭବିଷ୍ୟତ ବାବଦରେ କୌଣସି ସୂଚନା ଦେଇନାହାନ୍ତି ପ୍ରେମାନନ୍ଦ । ଗତ ୧୨ ଅକ୍ଟୋବର ୨୦୨୩ରୁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି ।