‘ଫୋନି’ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବାଣ୍ଟିବା ବେଳେ ବିଧାୟକ ପ୍ରଭାତ ବିଶ୍ୱାଳ ଆହତ । ଆଶୁ ଆରୋଗ୍ୟ କାମନା କଲେ ଅଞ୍ଚଳବାସୀ ।

625

କନକ ବ୍ୟୁରୋ : ଭୟଙ୍କର ବାତ୍ୟା ‘ଫୋନି’ରେ ଉଜୁଡିଯାଇଛି ସିଲଭର ସିଟି କଟକ । ଛାରଖାର ହୋଇଯାଇଛି ସବୁକିଛି । ବାତ୍ୟା ପ୍ରଭାବରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି କଟକବାସୀ । ଏଭଳି ପରିସ୍ଥିତିରେ ଫୋନି ପ୍ରଭାବିତ ଅଞ୍ଚଳରେ ରିଲିଫ୍ ବାଣ୍ଟୁଥିଲେ ବିଜେଡିର ବରିଷ୍ଠ ନେତା ତଥା କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳ । ତେବେ ରିଲିଫ୍ ବାଣ୍ଟିବା ସମୟରେ ସେ ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ପ୍ରଭାତ ବିଶ୍ୱାଳଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅଞ୍ଚଳବାସୀ ।

ଗତ ୩ ତାରିଖରେ ଓଡିଶାରେ ମାଡ ହୋଇଥିବା ଭୟଙ୍କର ସାମୁଦ୍ରିକ ଝଡ ଫୋନି ତାଣ୍ଡବ ରଚିଥିଲା । ପ୍ରକୃତିର କରାଳ ରୂପରେ ପୁରୀ, ଭୁବନେଶ୍ୱର ସମେତ କଟକ ମଧ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଅନେକ ଘର ଭାଙ୍ଗିଯାଇଥିବା ବେଳେ ଶହ ଶହ ଗଛ ମାଟିକାମୁଡି ପଡିଥିଲା । ଯେଉଁଥିପାଇଁ ବିଦ୍ୟୁତ ସେବାରେ ବ୍ୟାହତ ହୋଇଥିଲା । ଏହା ସହ ଖାଦ୍ୟ ଓ ପାନୀୟର ମଧ୍ୟ ସଂକଟ ଦେଖାଯାଇଥିଲା ।