ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ରାତି ସାରା ଜେରା । ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ଜେରା ।

367

କନକ ବ୍ୟୁରୋ: ବରପଦା ଇଞ୍ଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ବଢିଲା ଅଡୁଆ । ରାତି ସାରା ପ୍ରୟାସକାନ୍ତିଙ୍କୁ ଜେରା କଲା ପ୍ରବର୍ତନ ନିର୍ଦ୍ଦେଶାଳୟ । ପାଖାପାଖି ୧୮ ଘଂଟା ଧରି ଇଡି ପ୍ରୟାସକାନ୍ତିଙ୍କୁ ଜେରା କରିଛି । ଗତକାଲି ଦିନ ପାଖାପା ସାଢେ ୧୦ଟା ସମୟରେ ପ୍ରୟାସକାନ୍ତି ଇଡିରେ ହାଜର ହୋଇଥିଲେ । ଭୋର ପାଖାପାଖି ୪ଟା ୩୦ରେ ସେ ଇଡି ଅଫିସରୁ ବାହାରିଥିଲେ ।

ଇଡି ଅଧିକାରୀମାନେ ପ୍ରୟାସକାନ୍ତିଙ୍କୁ ବିଭିନ୍ନ ଦିଗ ନେଇ ପଚରାଉଚରା କରିଥିଲେ । ଜବତ ହୋଇଥିବା ମୋବାଇଲରୁ ତଥ୍ୟ ବାହାର କରିଛି ଇଡି । ଡିଲିଟ୍ ହୋଇଥିବା ତଥ୍ୟକୁ ପୁନଃ ଉଦ୍ଧାର କରିଛି ସାଇବର ଏକ୍ସପର୍ଟ ଟିମ୍ । ଏହା ପୂର୍ବରୁ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ମଧ୍ୟ ଜେରା କରିଥିଲା ଇଡି । ପ୍ରଥମେ ବିଧାୟକଙ୍କ ଘରେ ଚଢାଉ ହେବା ପରେ ପଳାସପଲ୍ଲୀ ଘରୁ ଗାଡ଼ି ଜବତ ହୋଇଥିଲା ।