ବିଜେଡିରୁ ପ୍ରଦୀପ ପାଣିଗ୍ରାହୀ ବହିଷ୍କୃତ: ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ; ଲୋକ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ନିଆଗଲା କାର୍ଯ୍ୟାନୁଷ୍ଠାନ

ପାଠକ ବାପ-ପୁଅଙ୍କ ସହ ସଂପର୍କକୁ ନେି ବିବାଦୀୟ ହୋଇଥିଲେ ପ୍ରଦୀପ । ଟାଟାର ଜାଲ୍ ନିଯୁକ୍ତିପତ୍ର ନେଇ ପ୍ରଦୀପଙ୍କ ଭୂମିକା ଥିଲା ସନ୍ଦେହରେ

523

କନକ ବ୍ୟୁରୋ : ସମୁଦି ମୋହରେ ବିଦା ହେଲେ ବିଜେଡି ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ । ଶୀଳ ଶିଳୁପୁଆ ଗଗନ ଉଡୁଥିବା ବେଳେ ଅଭୟ ପାଠକଙ୍କ ଭାବି ସମୁଦି ହେବାକୁ ପ୍ରସ୍ତୁତ ହେଉଥିବା ବିଜେଡିର ବରିଷ୍ଠ ନେତା ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡି ଆଜି ଦଳରୁ ବିଦା କରିଛି ।

କିଛିଦିନ ହେବ ଆଇଏଫଏସ୍ ଅଫସିର ଅଭୟ ପାଠକଙ୍କ ଅମାପ ସଂପତ୍ତିର ଗୁମର ଖୋଳୁ ଖୋଳୁ ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହ ଶ୍ରୀ ପାଣିଗ୍ରାହୀଙ୍କ ସଂପର୍କ ଥିବା ସୂଚନା ମିଳିଥିଲା । ଏହାକୁ ନେଇ ରାଜନୀତି ବି ଜୋର ଧରିଥିଲା । ବିଧାନସଭା ଚାଲିଥିବା ବେଳେ ବିରୋଧୀ ଦଳର ବିଧାୟକ ମାନେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । ଏହି ଅଭିଯୋଗ ଆଧାରରେ ତାଙ୍କୁ ବିଜେଡି ସୁପ୍ରିମୋ ନିବୀନ ପଟ୍ଟନାୟକ ଦଳରୁ ବିଦା କରିଥିବା ଅନୁମାନ କରାଯାଉଛି ।

ପ୍ରଦୀପ ପାଣିଗ୍ରାହୀ ନିଲମ୍ବିତ ଆଇଏଫଏସ ଅଫିସର ଅଭୟ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଜ୍ୱାଇଁ କରିବା ନେଇ ବି କିଛି ସ୍ପଷ୍ଟ ଚିତ୍ର ପଦାକୁ ଆସିଥିଲା । ଅନ୍ୟପଟେ ଆକାଶ ଗୋପାଳପୁର ଠାରେ ଟାଟା କମ୍ପାନୀ ନାମରେ ଏକ ଫ୍ୟାକ୍ କାର୍ଯ୍ୟାଳୟ ଖୋଲି କିଛି ଯୁବକଙ୍କୁ ସେଠାରେ ନିଯୁକ୍ତି ଦେବାକୁ କହି ସେମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ଟଙ୍କା ଦେଇଥିବା ଲୋକମାନଙ୍କୁ ଜାଲ ନିଯୁକ୍ତିପତ୍ର ଦିଆଯାଇଥିବା ନେଇ ବି ଅଭିଯୋଗ ହୋଇଥିଲା । ଏହି କଳାକାରନାମାରେ ପ୍ରଦୀପଙ୍କ ସଂପୃକ୍ତି ଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ । ଯାହାକୁ ନେଇ ଏହି ଅଭିଯୋଗ ଆଧାରରେ ଦଳ ତାଙ୍କୁ ନିଲମ୍ବିତ କରିଥାଇ ପାରେ । ହେଲେ ନିଲମ୍ବିତ କାହିଁକି କରାଗଲା ତାହାର କିଛି ସ୍ପଷ୍ଟ ଚିତ୍ର ଆସିପାରି ନାହିଁ । ଅନ୍ୟପଟେ ନିଲମ୍ବନ ନେଇ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ବିଜେଡି ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀ ।

Comments are closed.