କନକ ବ୍ୟୁରୋ: ଦୁର୍ନୀତି ଅଭିଯ଼ୋଗରେ ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯ଼ାଇଛି । ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯ଼ାଇଛି । ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯାଇଛି।
ତେବେ ଗୁରୁବାର ଦିନ ଝାରପଡ଼ା ଜେଲରେ ଥିବା ୧୦୦ରୁ ଅଧିକ କଏଦୀଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା। ସେମାନଙ୍କ ଭିତରୁ ୯୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । କୋଭିଡ୍ ଆକ୍ରାନ୍ତ ସମସ୍ତ କଏଦୀଙ୍କୁ ଆଇସୋଲେସନ୍ ରଖାଯାଇଛି। ସେମାନଙ୍କ ମଧ୍ୟରେ ପାଣିଗ୍ରାହୀ ଓ ପାଠକ ଥିଲେ ।