ପୋଡିୟମ ତଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧାରଣା: ପ୍ରଶ୍ନକାଳରେ ପ୍ରଶ୍ନ କରିବାକୁ ସୁଯୋଗ ନମିଳିବାରୁ କରିଥିଲେ ପ୍ରତିବାଦ

ପୋଡିୟମ ତଳେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଧାରଣା: ପ୍ରଶ୍ନକାଳରେ ପ୍ରଶ୍ନ କରିବାକୁ ସୁଯୋଗ ନମିଳିବାରୁ କରିଥିଲେ ପ୍ରତିବାଦ

କନକ ବ୍ୟୁରୋ: ଗୃହରେ ପ୍ରଶ୍ନକାଳରେ ପ୍ରଶ୍ନ ପଚାରିବାକୁ ସୁଯୋଗ ନମିଳିବାରୁ ପ୍ରତିବାଦ କଲେ ଗୋପାଳପୁର ବିଧାୟକ । ପ୍ରଥମେ ନିଜ ଆସନରେ ରହି ପ୍ରତିବାଦ ଜଣାଇଥିଲେ । ଏହାପରେ ପୋଡିୟମ ତଳେ ଯାଇ ଧାରଣାରେ ବସିଥିଲେ । ଆଉ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସମର୍ଥମ ଜଣାଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ଏହାପରେ ବାଚସ୍ପତି ପ୍ରଦୀପ ପାଣିଗ୍ରାହୀଙ୍କୁ ପ୍ରତିବାଦରୁ ଉଠି ଗୃହ କାର୍ଯ୍ୟ ସ୍ୱାଭାବିକ କରିବାରେ ସହଯୋଗ ପାଇଁ ଅନୁରୋଧ କରିଥିଲେ । ବାଚସ୍ପତିଙ୍କ ଅନୁରୋଧ ପରେ ଧାରଣାରୁ ଉଠି ନିଜ ଆସନକୁ ଯାଇଥିଲେ ଗୋପାଳପୁର ବିଧାୟକ । ପ୍ରଶ୍ନ କାଳରେ ପ୍ରଶ୍ନ କରିବାକୁ ସୁଯୋଗ ମିଳିନଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଗୋପାଳପୁର ବିଧାୟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe