କନକ ବ୍ୟୁରୋ : ଅସୁସ୍ଥ ବିଜୁ ପଟ୍ଟନାୟକଙ୍କ ପୁତୁରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ବାପା ଜର୍ଜ ପଟ୍ଟନାୟକଙ୍କ ପୁଅ ହେଉଛନ୍ତି ଦିଲ୍ଲୀପ ପଟ୍ଟନାୟକ । ସେ ଅସୁସ୍ଥ ଥିବା ଜାଣି ତାଙ୍କୁ ଆନନ୍ଦ ଭବନରେ ପହଞ୍ଚି ଭେଟିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଜୁ ପଟ୍ଟନାୟକ, ଜର୍ଜ ପଟ୍ଟନାୟକ ଏବଂ ଶ୍ରିଜୟା ନନ୍ଦ ପଟ୍ଟନାୟକ ହେଉଛନ୍ତି ତିନି ଭାଇ । ତିନି ଭାଇଙ୍କ ମଧ୍ୟରେ ଆନନ୍ଦ ଭବନ ଭାଗ ହୋଇଛି ।

Advertisment

ଏବେ ଜର୍ଜ ପଟ୍ଟନାୟକଙ୍କ ଆନନ୍ଦ ଭବନରେ ତାଙ୍କ ପୁଅ ଦିଲୀପ ଓ ଝିଅ ରେଖା ରହୁଛନ୍ତି । ଉଭୟ ଶାରୀରିକ ଭାବେ ଅସୁସ୍ଥ । ଦିଲୀପ ପଟ୍ଟନାୟକ ସରକାରୀ ଚାକିରିରୁ ଅବସର ନେଇ ସାରିଛନ୍ତି । ଏକ ଦୁର୍ଘଟଣାର ଶିକାର ପରେ ଆଉ ଭଲ ଭାବେ ଚାଲି ପାରୁନାହାନ୍ତି । ଦୀର୍ଘ ଦିନ ଧରି ଦିଲ୍ଲୀପ ପଟ୍ଟନାୟକ ଅସୁସ୍ଥ ରହିଛନ୍ତି କିନ୍ତୁ କେବେ ବି ମୁଖ୍ୟମନ୍ତ୍ରୀ ଭଲ ମନ୍ଦ ବୁଝିନଥିବା ସେ କହିଛନ୍ତି । ବିଜୁ ପଟ୍ଟନାୟକଙ୍କ ଆନନ୍ଦ ଭବନ ଏବେ ସରକାରୀ ମ୍ୟୁଜିୟମ ହୋଇଯାଇଛି ।