କନକ ବ୍ୟୁରୋ: ବିଧାୟକ ମଦନମୋହନ ଦତ୍ତଙ୍କ ପରଲୋକ । ବାଲେଶ୍ୱର ସଦର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ଦେହାନ୍ତ । ମଦନମୋହନ ଦତ୍ତଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ବିଜେପି ବିଧାୟକ ମଦନମୋହନ ଦତ୍ତ । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା ।
ଉତ୍ତର ଓଡ଼ିଶାର ଟାଣୁଆ ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଥିବାବେଳେ ଲିଭର ଜନିତ ରୋଗରେ ଆକ୍ରାନ୍ତ ହୋଇ କିଛି ମାସ ଧରି ଚିକିତ୍ସାଧୀନ ଥିଲେ ।
୨୦୧୯ ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ସଦରରୁ ବିଧାୟକ ଭାବେ ବିଜେପି ଟିକଟରେ ନିର୍ବାଚିତ ହୋଇଥିଲେ । ଜଣେ ଲୋକପ୍ରିୟ ଓ ତୃଣମୂଳ ସ୍ତରର ନେତା ଭାବେ ବେଶ ପରିଚିତ ମଦନ ମୋହନଙ୍କ ପୂର୍ବରୁ ରେମୁଣା ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦର ଉପସଭାପତି ଥିଲେ । ଉତ୍ତର ଓଡ଼ିଶାର ଟାଣୁଆ ନେତା ଭାବେ ପରିଚିତ ଏହି ନେତାଙ୍କ ବିୟୋଗରେ ବିଜେପିର ବହୁ ବରିଷ୍ଠ ନେତା ଏବଂ କର୍ମକର୍ତ୍ତା ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।