ସୁନ୍ଦରଗଡରୁ ଆସିଲା ବିଧାୟକାଙ୍କ ନୃତ୍ୟର ଚିତ୍ର : ଖୁଏଲ ଯାତ୍ରାରେ ରାଜରାସ୍ତାରେ ଛାତ୍ରଛାତ୍ରୀଙ୍କ ସହ ମନଖୁସିରେ ନାଚିଲେ ବିଧାୟିକା କୁସୁମ ଟେଟେ ।

420

ଛାତ୍ରଛାତ୍ରୀଙ୍କ ସହ ପାଦରେ ପାଦ ମିଶାଇ ନାଚିଲେ ବିଧାୟିକା । ସୁନ୍ଦରଗଡର ଖୁଏଲ ଯାତ୍ରାରୁ ଆସିଲା ବିଧାୟିକାଙ୍କ ନୃତ୍ୟ ଭିଡିଓ । ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ତରଫରୁ ଆରମ୍ଭ କରାଯାଇଥିଲା ଖୁଏଲ ଯାତ୍ରା । ଏହି ଯାତ୍ରା ଏକ ପଥୋତ୍ସବ ଭଳି ପାଳନ କରାଯାଏ । ପଶ୍ଚିମ ଓଡିଶାର ଲୁକ୍କାୟିତ କଳା ସଂସ୍କୃତିକୁ ରାଜରାସ୍ତାରେ ପରିବେଷଣ କରୁଥିଲେ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିଲେ ବିଧାୟିକା କୁସୁମ ଟେଟେ ।

ତେବେ ଛାତ୍ରୀଙ୍କ ସୁନ୍ଦର ନାଚ ଦେଖିବା ପରେ ବିଧାୟିକା , ଛାତ୍ରଛାତ୍ରୀଙ୍କ ଗହଣକୁ ଆସି ପାଦରେ ପାଦ ମିଶାଇ ନାଚିଥିଲେ । ବିଧାୟିକାଙ୍କୁୁ ଅତି ପାଖରେ ପାଇ ଛାତ୍ରୀମାନେ ବେଶ୍ ଉତ୍ସାହର ସହିତ ନୃତ୍ୟ କରିଥିଲେ । କିଛି ବିଧାୟିକାଙ୍କ ସହିତ ସେଲଫି ନେବାକୁ ବି ଭୁଲି ନଥିଲେ ।