ସଡକ ସୁରକ୍ଷା ସଚେତନତା କରିବାକୁ ଆସି ଫସିଲେ ବିଧାୟକ । ବେଆଇନ୍ ପାର୍କିଂ କରି ତଣ୍ଡ ଗଣିଲେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । 

1,069

କନକ ବ୍ୟୁରୋ : ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ଖେଳିଯାଇଥିବା ବେଳେ ଫାଇନ୍ ଦେବାରୁ ବର୍ତ୍ତିନାହାନ୍ତି ବିଧାୟକ । ଟ୍ରାଫିକ୍ ନିୟମ ଭାଙ୍ଗି ବିଧାୟକଙ୍କୁ ତଣ୍ଡ ଗଣିବାକୁ ପଡିଛି । ଏଜି ଛକରେ ୫୦୦ ଟଙ୍କା ଜୋରିମାନା ଦେଇଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ଏଜି ଛକରେ ବେଆଇନ୍ ଭାବେ ଗାଡି ପାର୍କିଂ କରିଥିବାରୁ ବିଧାୟକଙ୍କୁ ଏହି ଜୋରିମାନା ଦେବାକୁ ପଡିଛି ।

ଡିସିପିଙ୍କ ଉପସ୍ଥିତିରେ ଫାଇନ୍ କାଟିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା । ସବୁଠାରୁ ବଡ କଥା ହେଉଛି, ବିଧାୟକ ଆଜି ଜନସାଧାରଣଙ୍କୁ ସଡକ ସୁରକ୍ଷା ବାବଦରେ ସଚେତନ କରିବାକୁ ଆସିଥିଲେ । ଏହି ସମୟରେ ବେଆଇନ୍ ଭାବେ ଗାଡି ପାର୍କିଂ କରିଥିବାରୁ ତାଙ୍କ ଉପରେ ଏହି ଜୋରିମାନା ପକାଇଥିଲା ଟ୍ରାଫିକ୍ ପୋଲିସ ।