କନକ ବ୍ୟୁରୋ: ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଓ ବିଭାଗୀୟ ଅଧୂକାରୀ। ପୁରୀ କଣାସରେ ବନ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଭାଗୀୟ ଅଧିକାରୀଙ୍କ ସମେତ ବିଧାୟକ ଓମ୍ ପ୍ରକାଶ ମିଶ୍ର।
ଚଳିତ ବର୍ଷ ହୀରାକୁଦ ଜଳଭଣ୍ଡାର ଖୋଲିବା ଦ୍ୱାରା କଣାସ ଅଞ୍ଚଳରେ ପ୍ରବାହିତ ହୋଉଥୁବା ଦୟା, ମକରା,ରାଜୁଆ, ମଲାଗୁଣି, ଗୁଣି, ଲୁଣା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ସାମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖ୍ କଣାସ ବ୍ଲକରେ ଥିବା ବିଭିନ୍ନ ବିଭିନ୍ନ ନଦୀ ବନ୍ଧ ଓ ତଳି ଅଞ୍ଚ ଅଞ୍ଚଳ ଗୁଡିକ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର । ମେସିନ ବୋଟ ମଧ୍ୟରେ ନଦୀ ମଧ୍ୟରେ ବିଧାୟକ ଓ ବିଭାଗୀୟ ଯନ୍ତ୍ରୀ ଗ୍ରସ୍ତ କରି ସ୍ଥିତି ଦେଖିବା ସହ ସ୍ଥାନୀୟ ଜନପ୍ରତିନିଧି ଓ ଜନସାଧରାମ ରାନଙ୍କ ସହ ବନ୍ୟା ପରିସ୍ଥିତି ଆଶଙ୍କା ଥିବାରୁ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହେଲେ ସମ୍ପୂର୍ଣ ପ୍ରସ୍ତୁତ ରହିବା ପାଇଁ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅଧିକାରୀ।