କନକ ବ୍ୟୁରୋ : ଖରିଆର ବିଧାୟକ ଦୁର୍ଯ୍ୟୋଧନ ମାଝୀ ଶୁକ୍ରବାର ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେଇଛନ୍ତି । ନିଜର ଇସ୍ତଫା ପତ୍ରକୁ ସେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ପଠାଇଛନ୍ତି । ଇସ୍ତଫା ପତ୍ରରେ ସେ ଲେଖିଛନ୍ତି, ଆଗାମୀ ବିଧାନିଭା ନିର୍ବାଚନରେ ଖରିଆର ଆସନରୁ ତାଙ୍କୁ ଟିକେଟ ମିଳି ନଥିବାରୁ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ।
ବିଜେପି ଖରିଆର ଆସନ ପାଇଁ ହିତେଶ ବଗର୍ତ୍ତିଙ୍କ ସ୍ତ୍ରୀ ରୀତାରାଣୀ ବଗର୍ତ୍ତିଙ୍କୁ ଟିକେଟ ଦେଇଛି ।ନିର୍ବାଚନ ଯେତିକି ପାଖଉଛି ନେତାଙ୍କ ଦଳଡିଆଁ ଅଭିଯାନ ସେତିକି ବଢିବାରେ ଲାଗିଛି । ବିଶେଷ କରି ଅଧିକାଂଶ ନେତା ଟିକେଟ୍ ପାଇଁ ଦଳ ଛାଡୁଥିବା ଦେଖିବାକୁ ମିଳିଛି । ତେବେ ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ କେଉଁ ନେତା କେଉଁ ଦଳକୁ ଯାଉଛନ୍ତି, ତାହା ଦେଖିବାକୁ ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/BJP_B.jpg)