କନକ ବ୍ୟୁରୋ: ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ଅନିୟମିତତା ନେଇ ବିଧାୟକ-ଡାକ୍ତର ମୁହାଁମୁହିଁ। ସିମୁଳିଆ ବିଧାୟକ ମେଡ଼ିକାଲ ପରିଦର୍ଶନରେ ଯାଇଥିବା ବେଳେ ଡାକ୍ତର ଓ ବିଧାୟକ ମଧ୍ୟରେ ବଚସା ହୋଇଥିଲା। ବିଧାୟକ ରୋଗୀ ହଇରାଣ ହେଉଥିବା ସମ୍ପର୍କରେ ଡାକ୍ତର ସନ୍ତୋଷ କୁମାର୍ ସାହୁ ପଚାରିବାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରେ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣିଛନ୍ତି ଡାକ୍ତର।
ଅନ୍ୟପଟେ ଡାକ୍ତରଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ପଦ୍ମଲୋଚନ ପଣ୍ଡା। ଲୋକ ପ୍ରତିନିଧି ଭାବେ ସ୍ୱାସ୍ଥ୍ୟ ବ୍ୟବସ୍ଥା କଥା ପଚାରିବାରୁ ଡାକ୍ତର ତାଙ୍କୁ ପାଗଳ ବୋଲି କହିଥିଲେ ବୋଲି କହିଛନ୍ତି ବିଧାୟକ। ଏ ସଂକ୍ରାନ୍ତରେ ବିଧାୟକ ଜିଲ୍ଲାପାଳ ଓ ଜିଲ୍ଳା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅବଗତ କରିବା ସହ ଆଜି ମେଡ଼ିକାଲ ଆଗରେ ଧାରଣାରେ ବସିବେ ବୋଲି କହିଛନ୍ତି ବିଧାୟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/08/9-6.jpg)