ଗାଁ ଗାଁରେ ଖଣ୍ଡିଆ ଖାବରା ରାସ୍ତାକୁ ନେଇ ବିଧାୟକଙ୍କ ଉଦବେଗ । ନିର୍ବାଚନ ପୂର୍ବରୁ ରାସ୍ତା କାମ ସାରିବାକୁ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ କଲେ ଦାବି

87

କନକ ବ୍ୟୁରୋ : ଗାଁ ଗାଁରେ ରାସ୍ତା ଖଣ୍ଡିଆ ଖାବରା । କେବେ ମରାମତି କାମ ଆରମ୍ଭ ହେବ, କେବେ ଅଧା ପଡିଥିବା କାମ ସରିବ, ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିଲେ, ସନ୍ତୋଷଜନକ ଉତର ମିଳୁନାହିଁ । ଅନେକ ସ୍ଥାନରେ ପଂଚାୟତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ନେଉନାହିଁ । ଏପଟେ ପାଖେଇ ଆସୁଛି ନିର୍ବାଚନ । ଯାହା ବିଧାୟକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଂଜନ ଘଡ଼େଇଙ୍କୁ ବିଧାୟକମାନେ ରୋକଠୋକ ଶୁଣାଇ ଦେଇଛନ୍ତି, ଯାହା କରୁଛ କର ନିର୍ବାଚନ ପୂର୍ବରୁ ରାସ୍ତା କାମ ଶେଷ କର । ଭୂପିନ୍ଦର ସିଂହ, ଅମର ଶତପଥୀ, ମନୋହର ରାନ୍ଧାରୀ ଆଦି ୧୨ ଜଣ ବିଧାୟକ ସେମାନଙ୍କ ଅଂଚଳର ଗ୍ରାମାଂଚଳ ରାସ୍ତାର ଦୂରାବସ୍ଥା ସଂପର୍କରେ ବିଧାନସଭାରେ ଆଲୋଚନା କରିଛନ୍ତି । ରାସ୍ତାକୁ ନେଇ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି ।

ସେହିପରି ନିମ୍ନମାନର ରାସ୍ତା କାମ ନେଇ ମଧ୍ୟ ଅଭିଯୋଗ ହେଉଥିବା କହିଛନ୍ତି ବିଧାୟକ । ଅଭିଯୋଗ ହେଉଛି ଯେ –
୨୦୧୭ରେ ଧାର୍ଯ୍ୟ ହୋଇଥିବା ଦର ଅନୁଯାୟୀ ଠିକା ସଂସ୍ଥାକୁ ଅର୍ଥ ଦିଆଯାଉଛି
ଫଳରେ ନିମ୍ନମାନର କାର୍ଯ୍ୟ ହେଉଛି
କାମ ତଦାରଖ କରିବାକୁ ଆବଶ୍ୟକୀୟ ଯନ୍ତ୍ରୀ ମଧ୍ୟ ନାହାନ୍ତି
ଏହା ଉପରେ ଧ୍ୟାନ ଦେବାକୁ ଦାବି କରିଛନ୍ତି ବିଧାୟକ ।

ବିଧାନସଭାରେ ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ କହିଛନ୍ତି,
ଚଳିତବର୍ଷ ୫,୧୦୧ କିଲୋମିଟର ଗ୍ରାମାଂଚଳ ରାସ୍ତାର ନିର୍ମାଣ କାମ ଓ ମରାମତି ଚାଲିଛି
ଧାର୍ଯ୍ୟ ସମୟରେ ରାସ୍ତାକାମ ସାରିବା ପାଇଁ ଧ୍ୟାନ ଦିଆଯାଉଛି ।