ନବରଙ୍ଗପୁରରୁ ଆସିଲା ରୋଚକ ଚିତ୍ର । କରୋନା କାଳରେ ଧାନ ବିଲରେ ଧାନ କାଟୁଛନ୍ତି ବିଧାୟକ ଦମ୍ପତି । ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଲେ ପ୍ରଥମେ ମୁଁ ଚାଷୀ, ତା ପରେ ରାଜନେତା

300

କନକ ବ୍ୟୁରୋ : ଧାନ କାଟିଲେ ବିଧାୟକ । ଏଥିରେ ସାଥୀ ଦେଲେ ପତ୍ନୀ । ଧାନ ବିଲରେ ବିଧାୟକ ଦମ୍ପତି ଧାନ କାଟୁଛନ୍ତି । ନବରଙ୍ଗପୁରରୁ ଆସିଛି ଏପରି ରୋଚକ ଚିତ୍ର । ବିଧାୟକ ହୋଇ ମଧ୍ୟ ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ କାଢି ଏବେ ଧାନ ବିଲରେ ବିଧାୟକ ଧରିଛନ୍ତି ଦାଆ । ଧାନ ଅମଳ ସମୟରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଓ ତାଙ୍କର ପତ୍ନୀ ମଧ୍ୟ ସହ ଯୋଗର ହାତ ବଢାଇଛନ୍ତି ।

ବିଧାୟକଙ୍କୁ ଧାନ ବିଲରେ ଦେଖି ଲୋକେ ମଧ୍ୟ ଚକିତ ହୋଇଛନ୍ତି । ବିଧାୟକ ନିତ୍ୟାନନ୍ଦଙ୍କ କହିବା କଥା, ସେ ଚାଷୀ ପରିବାରରୁ ଆସିଛନ୍ତି । ତେଣୁ ପ୍ରଥମେ ଚାଷା ପୁଅ ତା ପରେ ରାଜନେତା । ସମୟ ମିଳିଲେ ସେ ଚାଷ କାମ ବୁଝାସୁଝା କରିବାକୁ ଭଲ ପାଅନ୍ତି । ଏପରି କରିବା ଦ୍ୱାରା ଚାଷ କାମରେ ଲାଗିଥିବା ଲୋକଙ୍କ ମନୋବଳ ବଢିବ ବୋଲି କହିଛନ୍ତି ନବରଙ୍ଗପୁର ଉମରକୋଟ୍ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।