କନକ ବ୍ୟୁରୋ: କେନ୍ଦୁଝର ବିଧାୟକଙ୍କ ଗାଡିକୁ ବୋମାମାଡ ଘଟଣା । ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ସମେତ ଏହି ମାମଲାରେ ୫ ଜଣ ଗିରଫ ହୋଇସାରିଛନ୍ତି । ସେମାନଙ୍କଠାରୁ ୨ଟି ଅଫୁଟା ଗୁଳି, ୪ଟି ମୋବାଇଲ ଓ ଗୋଟିଏ ବାଇକ ଜବତ ହୋଇଛି । ଗତ ରବିବାର ମୋହନ ମାଝିଙ୍କ ଗାଡିକୁ ହୋଇଥିଲା ବୋମା ମାଡ ।
ଗତ ୧୦ ତାରିଖରେ ବିରୋଧୀ ଦଳର ମୁଖ୍ୟ ସଚେତକ ଥିବା ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ହୋଇଥିଲା । ମୋହନ ମାଝୀ ଏକ ବୈଠକ ସାରି ଫେରୁଥିବା ସମୟରେ ମଣ୍ଡୁଆ ନିକଟରେ ବୋମାମାଡ ହୋଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ବିଧାୟକଙ୍କ ଗାଡି ଉପରକୁ ବୋମା ମାଡ କରିଥିଲେ । ତେବେ ଏହି ଘଟଣା ନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ଆଉ ଆଜି କେନ୍ଦୁଝର ପୋଲିସ ୩ଜଣଙ୍କୁ ଗିରଫ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/13-22.jpg)