କନକ ବ୍ୟୁରୋ: ରାଜନୀତିର ରୋଚକ ଦୃଶ୍ୟ । ମହିଳାଙ୍କ ପାଦଧୋଇ ଆର୍ଶୀବାଦ ମାଗିଲେ ସୁନ୍ଦରଗଡ ତଳସରା ବିଜେଡି ବିଧାୟକ ପ୍ରାର୍ଥୀ ବିନୟ ଟପ୍ପୋ । ସୀମାନ୍ତ ଗାଁରେ ଜୋର ଧରିଛି ବିଜେଡିର ପ୍ରଚାର । ଆଉ ୧୬ ଦିନ ପରେ ଭୋଟ । ହାତରେ ସମୟ କମ୍ । ତେଣୁ ଦଳ ଓ ପ୍ରାର୍ଥୀ ନିଜ ନିଜ କ୍ଷେତ୍ର ରେ ଦିନରାତି ପ୍ରଚାର ଚଳାଇଛନ୍ତି । ଟାଣଖରା ରେ ବି ଭୋଟର ଙ୍କ ପଖରେ ପହଞ୍ଚି ଭୋଟ ଭିକ୍ଷା କରୁଛନ୍ତି ।
ଆଜି ସୁନ୍ଦରଗଡ ତଳସରା ନିର୍ବାଚନ ମଣ୍ଢଳୀର ବିଜୁ ଜନତା ଦଳ ପ୍ରାର୍ଥୀ ବିନୟ ଟପ୍ପୋ ମାରାଥନ ପ୍ରଚାର କରିଛନ୍ତି ଝାରଖଣ୍ଡ ସୀମାନ୍ତ ବଡଗାଁ ବ୍ଲକ ର ଏକମା , ପାମରା , ବାମଡେରା ର ଅପହଞ୍ଚ ଇଲାକା ମାନଙ୍କ ରେ ଗାଁ କୁ ଗାଁ ଯାଇ ନିଜ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏହି ମସୟରେ ହାତୀବନ୍ଧ ଗାଁରେ ଏଭଳି ରୋଚକ ଦୃଶ୍ୟ ଦେଖବାକୁ ମିଳିଥିଲା ଗାଁର ବୃଦ୍ଧ ମହିଳା ମାନଙ୍କୁ ବିନୟ ପାଦ ଧୋଇ ଆର୍ଶୀବାଦ ମାଗୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଗାଁ ମହିଳା ମାନେ ଭାବବିହ୍ୱଳ ଦେଖିବା କୁ ମିଳିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/24-3.jpg)