ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇ ହଟହଟା ହେଲେ ବିଧାୟକ ପ୍ରାର୍ଥୀ । ବଦ୍ରି ନାରାୟଣ ପାତ୍ରଙ୍କୁ ଘେରିଲେ ମହିଳା । 

1,359

କନକ ବ୍ୟୁରୋ: ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇ ହଟହଟା ହେଲେ ଘସିପୁରା ବିଜେଡି ବିଧାୟକ ପ୍ରାର୍ଥୀ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ପଞ୍ଚାୟତର କୁରାଳ ସାହିରେ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇ ପ୍ରଚାର କରିବାକୁ ଯାଇଥିଲେ ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର । ସେଠି ବିଧାୟକ ପ୍ରାର୍ଥୀଙ୍କୁ ଘେରି ଯାଇଥିଲେ ମହିଳା । ପ୍ରତିଦିନ ପାଣି ପାଇଁ ହନ୍ତସନ୍ତ ହେଉଥିବା ମହିଳାମାନେ ପୂର୍ବତନ ମନ୍ତ୍ରୀଙ୍କୁ ନିଜ ଅଭିଯୋଗ ଜଣାଇଥିଲେ । ପାଣି ସମେତ ଗାଁର ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇ ବିକାଶ କେବେ ଆସିବ ବୋଲି ପ୍ରଶ୍ନ କରିଛନ୍ତି ।

ବିଜେଡି ବିଧାୟକ ପ୍ରାର୍ଥୀ ବଦ୍ରି ପାତ୍ର ମଧ୍ୟ ଲୋକଙ୍କ ପ୍ରଶ୍ନର ଉତର ଦେବାକୁ ଉଦ୍ୟମ କରିଛନ୍ତି । ପାଣି ପ୍ରସଙ୍ଗରୁ ଏଡାଇ ଯାଇ ଗାଁରେ ହୋଇଥିବା ଅନ୍ୟ ବିକାଶମୂଳକ କାମ ସଂପର୍କରେ କହିଛନ୍ତି । ତେବେ କେବଳ କେଶଦୁରାପାଳ ପଞ୍ଚାୟତ ନୁହେଁ ଅନେକ ସ୍ଥାନରେ ବଦ୍ରି ପାତ୍ରଙ୍କୁ ବିରୋଧ କରାଯାଉଥିବା ଦେଖିବାକୁ ମିଳୁଛି ।