କନକ ବ୍ୟୁରୋ: ସାମ୍ନାକୁ ଆସିଲା ଚିଲିକା ବିଧାୟକଙ୍କ ଦାଦାଗିରିର ଦୃଶ୍ୟ । ବିଜେପି କର୍ମୀଙ୍କୁ ବିଧାୟକ ମାଡ ମାରିଥିବା ଅଭିଯୋଗ ହୋଇଛି । ବାଲୁଗାଁ ନଗର ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଆକ୍ରମଣ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।
ବାଲୁଗାଁ ଏନଏସସିରେ ସରକାରୀ କାର୍ଯ୍ୟ ବେଳେ ଘଟିଛି ଏଭଳି ଘଟଣା । ବିଜେପି ପକ୍ଷରୁ କାର୍ଯ୍ୟକ୍ରମକୁ ବିରୋଧ ବେଳେ ମାଡ ମାରିଲେ ବିଧାୟକ । ଘଟଣା ବେଳେ ସୁଟିଂ କରୁଥିବା ସାମ୍ବାଦିକଙ୍କୁ ବି ଆକ୍ରମଣ ଅଭିଯୋଗ ହୋଇଛି । ତେବେ ଏହି ଘଟଣା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/10-8.jpg)