କନକ ବ୍ୟୁରୋ: କରୋନା ଯୋଗୁଁ ଦୁଇ ବର୍ଷ ପରେ ଅଫଲାଇନରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ । କୋଭିଡ୍ କଟକଣା ଭିତରେ ୫ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା, ସିଧାସଳଖ ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇନଥିଲେ ଛାତ୍ରଛାତ୍ରୀ । ଏହାରି ଭିତରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ବି ମାଟ୍ରିକ ପରୀକ୍ଷା ଦେଇଛନ୍ତି । ସେପଟେ କୋରାପୁଟ ଜୟପୁରରେ ଉଭୟ ମା’ ଓ ପୁଅ ଦେଇଛନ୍ତି ମାଟ୍ରିକ ପରୀକ୍ଷା ।
ଦୁଇ ବର୍ଷ ପରେ ପରୀକ୍ଷା ହଲକୁ ଆସି ପରୀକ୍ଷା ଦେଲେ ଛାତ୍ରଛାତ୍ରୀ । କୋଭିଡ୍ କଟକଣା ଭିତରେ ପରୀକ୍ଷା ଦେଲେ ୫ଲକ୍ଷ ୮୫ ହଜାରରୁ ଅଧିକ ଛାତ୍ରଛାତ୍ରୀ । କରୋନା ଯୋଗୁଁ ଗତ ଦୁଇ ବର୍ଷ ହେଲା, ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇନଥିଲେ ଛାତ୍ରଛାତ୍ରୀ । କିନ୍ତୁ ଏବେ କରୋନା ସଂକ୍ରମଣ କମିବା ଯୋଗୁଁ ଅଫଲାଇନରେ ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ ।
ଅନ୍ୟପଟେ ମାଟ୍ରିକ ପରୀକ୍ଷା ଦେଇଛନ୍ତି ବିଧାୟକ ଅଙ୍ଗଦ କହଁର । ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ଫୁଲବାଣୀ ରୁଜାଙ୍ଗୀ ଉଚ୍ଚବିଦ୍ୟାଳୟରେ ସେ ପରୀକ୍ଷା ଦେଉଛନ୍ତି । ଫୁଲବାଣୀ ବିଧାନସଭା ଆସନରୁ ବିଧାୟକ ଅଛନ୍ତି ଅଙ୍ଗଦ କହଁର । ସେପଟେ କୋରାପୁଟ ଜୟପୁରରେ ଉଭୟ ମା’ ଓ ପୁଅ ଦେଇଛନ୍ତି ମାଟ୍ରିକ ପରୀକ୍ଷା । ପୂର୍ବରୁ ମା’ ପାଠପଢା ଛାଡ଼ିଦେଇଥିବା ବେଳେ ୧୫ ବର୍ଷ ପରେ ପୁଅ ସହିତ ମିଶି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି ଜଣେ ମା । ତେବେ ସ୍ଥାନୀୟ ଅଞ୍ଚଳରେ ଏହାକୁ ବେଶ ପ୍ରଶଂସା କରାଯାଇଛି ।
ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ସମସ୍ତ ପରୀକ୍ଷାଗୁଡିକୁ ଗୋଟିଏ ସିଟିଂରେ ସୀମିତ ରଖାଯାଇଛି । ଚଳିତଥର ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟ ବା ନିକଟତମ ବିଦ୍ୟାଳୟରେ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ଗରମକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରରେ ପାଣି ଓ ଓଆରଏସ୍ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/04/29-29.jpg)