କନକ ବ୍ୟୁରୋ : ଦ୍ୱିତୀୟ ରଜ ବା ରଜ ସଂକ୍ରାନ୍ତି ପାଇଁ ସବୁଠି ଉତ୍ସବର ମାହୋଲ । ଦୋଳିଖେଳ ସାଙ୍ଗକୁ ମଣ୍ଡାପିଠା ବାସ୍ନାରେ ମହକୁଛି ପୁରପଲ୍ଲୀ । ରଜରେ ଚାରିଆଡେ ଜମିଛି ଦୋଳି ଖେଳର ମୋହଲ । କେତେକ ସ୍ଥାନରେ ବିଭିନ୍ନ ସଂଗଠନ ପକ୍ଷରୁ ରଜ ମହୋତ୍ସବ ପାଳନ କରାଯାଉଛି । ରଜ ଅବସରରେ ବଡଚଣା ନିର୍ବାଚନ ମଣ୍ଡଳୀର ଛତିଆରେ ଆୟୋଜିତ ହୋଇଛି ୩ ଦିନିଆ ରଜ ଉତ୍ସବ । ଏହି ଉତ୍ସବକୁ ଉଦଘାଟନ କରିଛନ୍ତି ସ୍ଥାନୀୟ ବିଧାୟକ ଅମର ପ୍ରସାଦ ଶତପଥୀ । ଆଉ ସବୁଠାରୁ ରୋଚକ ହୋଇଛି ବିଧାୟକଙ୍କ ଦୋଳିଖେଳ । ପାରମ୍ପରିକ ଢଂଗରେ ରଜ ଉତ୍ସବକୁ ଆୟୋଜକମାନେ ଆୟୋଜନ କରିଥିବାବେଳେ , ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ଲଗାଯାଇଛି ବାଉଁଶ ଦୋଳି । ଏଥିରେ ଝୁଲିଛନ୍ତି ସ୍ଥାନୀୟ ବିଧାୟକ ଅମର ଶତପଥୀ । ଲୋକଙ୍କ ସହ ସିଧାସଳଖ ସଂପର୍କ ଯୋଡିବାକୁ ବିଧାୟକଙ୍କ ପାଇଁ ଏହି ଦୋଳି ଖେଳ ସୁଯୋଗ ଆଣିଦେଇଛି । ସେମିତି ନିଆଳିରେ ପାନ ଉତ୍ସବରେ ରଜଗୀତ ଗାଇଛନ୍ତି ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ । ରଜରେ ଲୋକଙ୍କ ନିକଟତର ହେବାର କୌଣସି ସୁଯୋଗ ଛାଡି ନାହାଁନ୍ତି । ଲୋକଙ୍କ ମନ ମୋହିଛନ୍ତି ଜନପ୍ରତିନିଧି ।
ପହିଲି ରଜ ପରେ ରଜ ସଂକ୍ରନ୍ତିର ଧୁମ୍ । ଦ୍ୱିତୀୟ ରଜ ପାଇଁ ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି । କଟକ ତେଲେଙ୍ଗାପେଣ୍ଠରେ ବି ରଜ ଉତ୍ସବ ଖୁବ୍ ଧୁମଧାମରେ ପାଳନ କରାଯାଉଛି । ଏହାରି ମଧ୍ୟରେ ଗରିବ ଓ ଅନାଥଙ୍କ ମୁହଁରେ ହସ ଫୁଟାଇଛି ଅନୁଗୁଳର ସଂକଳ୍ପ ସୋସିଆଲ ଫାଉଣ୍ଡେସନ । ରଜ ଅବସରରେ ପିଠା ଖାଇବାର ଏକ ପରମ୍ପରା ଥିବାବେଳେ ସଂସ୍ଥାର ସଦସ୍ୟମାନେ ନିଜ ଖର୍ଚ୍ଚରେ କାକରା, ଆରିସା ଓ ମଣ୍ଡାପିଠା ତିଆରି କରି ବୃଦ୍ଧାଶ୍ରମ, ଅନାଥାଶ୍ରମ ଓ ଗରିବଙ୍କୁ ବାଂଟି ଛନ୍ତି । ନୂଆ ପୋଷାକ ସାଙ୍ଗକୁ ପୋଡ ପିଠା ଓ ଦୋଳ ଖେଳରେ ସମସ୍ତେ ମଜ୍ଜି ଥିବାବେଳେ ସଂସ୍ଥାର ସଦସ୍ୟକ ଏପରି ନିଆରା ପ୍ରୟାସକୁ ସମେସ୍ତ ପ୍ରଶଂସା କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/06/RAJA-1.jpg)
/kanak/media/post_attachments/wp-content/uploads/2019/06/Screen-Shot-2019-06-15-at-4.23.25-PM-300x239.png)
/kanak/media/post_attachments/wp-content/uploads/2019/06/Screen-Shot-2019-06-15-at-4.28.04-PM-300x171.png)