କନକ ବ୍ୟୁରୋ : ପଂଚାୟତ ପୌର ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟକୁନେଇ ପିସିସି ପରିବର୍ତନ ପାଇଁ ଦାବି ଉଠିଲା । ବିଧାୟକ କହିଲେ ଓଡିଶାକୁ ଟେମ୍ପରାରି ପିସିସି ଦରକାର ନାହିଁ ପରମାନେଂଟ ପିସିସି ଦରକାର । ଏଆଇସିସି କମିଟି ନିର୍ବାଚନ ବିପର୍ଯ୍ୟୟ ପରିସ୍ଥିତିକୁ ତର୍ଜମା କରି ତୁରନ୍ତ ପିସିସି ପରିବର୍ତନ କରିବାକୁ ଅନୁରୋଧ କରିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ସେ କହିଛନ୍ତି, ନିରଞ୍ଜନ ବାବୁ ଓଡିଶାରେ ନିଜର ଆସ୍ଥା ତୁଟାଇ ସାରିଲେଣି ତାଙ୍କ ଉପରେ ଆଉ କାହାର ବିଶ୍ୱାସ ନାହିଁ । ଦୃଢ ନେତୃତ୍ୱର ଅଭାବ ଯୋଗୁଁ ଦଳର ନେତା ଏକାଠି ହୋଇପାରୁ ନାହାଁନ୍ତି । ଖୁବଶିଘ୍ର ସମସ୍ତ ବିଧାୟକ ଏଆଇସିସିକୁ ଭେଟିବୁ ଓ ନେତୃତ୍ୱ ପରିବର୍ତନର ଦାବି ରଖିବୁ ।
ସେପଟେ କଂଗ୍ରେସ ନେତା ସୁର ରାଉତରାୟ ମଧ୍ୟ ନେତାଙ୍କ ଭିତରେ ଏକତା ଆଭାବ ଓ ଦଳର ଆର୍ଥିକ ଅଭାବକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ପିସିସି ପରିବର୍ତନର କଥା କହିଲେ । ଜୟପୁର ବିଧାୟକ ତାରା ବାହିନୀ ପତି ନିରଞ୍ଜନ ହଟାଅ ଦାବିରେ ଦଳ ନେତୃତ୍ୱ ସଂଙ୍କଟର ସମୁଖିନ ହେଉଥିବା କଥା କହିଲେ । ନିର୍ବାଚନ ଆସିଲେ ନିରଞ୍ଜନ ଅସୁସ୍ଥ ହୋଇପଡୁଛନ୍ତି । ଜଲଦି ପିସିସି ପରିବର୍ତନ ହେଲେ କର୍ମୀ ଓ ଦଳ ସକ୍ରିୟ ହେବ । ଖୁବ ଶିଘ୍ର ପ୍ରଦେଶରେ ନିର୍ବାଚନରେ ଦଳର ବିପର୍ଯ୍ୟୟ ନେେଇ ରିପୋଟ ମାଗିବାକୁ ଆସୁଛନ୍ତି ଏଆଇସିସି କମିଟି । ଏଆଇସିସି ଆଗରେ ପିସିସି ପରିବର୍ତନନେଇ ପ୍ରସଂଗ ରଖିବେ ବିଧାୟକ ।