ମହାତ୍ମା ଗାନ୍ଧୀଙ୍କ ଓଡିଶା ଯାତ୍ରା : ବହୁବାର ଓଡିଶା ଆସି ଓଡିଶାର ସ୍ୱାଧୀନତା ସଂଗ୍ରାମୀଙ୍କୁ ଦେଇଥିଲେ ପ୍ରେରଣା

Advertisment
ମହାତ୍ମା ଗାନ୍ଧୀଙ୍କ ଓଡିଶା ଯାତ୍ରା : ବହୁବାର ଓଡିଶା ଆସି ଓଡିଶାର ସ୍ୱାଧୀନତା ସଂଗ୍ରାମୀଙ୍କୁ ଦେଇଥିଲେ ପ୍ରେରଣା

source : indianmoney.com

ମହାତ୍ମା ଗାନ୍ଧୀ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଥିଲେ । ସେ ଓଡିଶାକୁ ଅନେକ ଥର ଆସିଛନ୍ତି । ଉତ୍କଳମଣି ଗୋପବନ୍ଧୁଙ୍କ ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଗାନ୍ଧୀଜୀ ୨୩ ମାର୍ଚ୍ଚ ୧୯୨୩ ପ୍ରତ୍ୟୁଷରୁ ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ଅନୁଚରଙ୍କ ସହ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲେ ।

dଗାନ୍ଧୀ କଟକରେ ପହଞ୍ଚିବା ପୂର୍ବରୁ ଗୋପବନ୍ଧୁଙ୍କ ସମେତ କଟକର ବହୁ ବିଶିଷ୍ଟ ବ୍ୟକ୍ତି ଓ କର୍ମୀମାନେ ଗାନ୍ଧିଜୀଙ୍କୁ ଏକ ପୁରୁଣା ଫୋର୍ଡ଼ ମୋଟର କାରରେ କଟକର ସ୍ଵରାଜ ଆଶ୍ରମକୁ ଘେନି ଯାଇଥିଲେ । ତେବେ ସେହି ଦିନ ଗାନ୍ଧି ଆଶ୍ରମରେ ପହଞ୍ଚିବା ପରେ ଅନେକ ସ୍ୱାଧିନତା ସଂଗ୍ରାମୀ ତାଙ୍କୁ ସେଠାରେ ଭେଟିଥିଲେ । ସେହି ଆଲୋଚନା ସମୟରେ ଓଡିଶାରୁ କିପରି ଭାବରେ ଇଂରେଜମାନଙ୍କୁ ବିତାଡିତ କରି ହେବ ଆଲୋଚନା ମଧ୍ୟ ହୋଇଥିଲା । ପରେ ସନ୍ଧ୍ୟା ସମୟରେ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ କାଠଯୋଡି ନଦୀ ପଠାରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ସେହି ସଭାରେ ଗାନ୍ଧୀ ଓଡିଆ ମାନଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖିଥିଲେ । ତେବେ ଗାନ୍ଧୀ ସବୁବେଳେ କହୁଥିଲେ ଯେ, ଆମେ ମାନେ ଅହିଂସା ଉପାୟରେ ଦେଶ ସ୍ୱାଧିନ କରିବା । ପରେ ମାର୍ଚ୍ଚ ୨୬ ରେ ପୁରୀ ସମୁଦ୍ର ପାଖରେ ଏକ ବିରାଟ ଶୋଭାଯାତ୍ରା କରାଯିବା ସହ ଅନେକ ସାଧାରଣ ଲୋକମାନଙ୍କୁ ଗାନ୍ଧୀ ଭାଷଣ ଦେଇଥିଲେ । ଏହାପରେ ଗୋପବନ୍ଧୁଙ୍କ ସହ ମିଶି ବନ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଭେଟିଥିଲେ ।

publive-image

ଏହାସହ ୧୯୨୫ ରେ ମଧ୍ୟ ଗାନ୍ଧୀ ଓଡିଶା ଆସିଥିଲେ । ସେହି ଗସ୍ତ ସମୟରେ ସେ ମଧୂସୁଦନ ଦାସଙ୍କ ଯୋତା କାରଖାନା ବୁଲି ଦେଖିଥିଲେ । ସେ ଜୋତା କାରଖାନା ବୁଲି ଦେଖିବା ପରେ ଖୁସି ହୋଇଥିବା ସହ ଗୁଜୁରାଟରେ ସମାନ ଭାବରେ ଏକ ଜୋତା କାରଖାନା ନିର୍ମାଣ କରିବା ପାଇଁ ମନସ୍ତ କରିଥିଲେ । ଏହି ଅବସରରେ କଟକ ଉପକଣ୍ଠରେ ଅବସ୍ଥିତ ଏକ କୁଷ୍ଠାଶ୍ରମ ପରିଦର୍ଶନ ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହାପରେ ଗାନ୍ଧୀ ୧୯୨୭ରେ ଡିସେମ୍ବର ୨୧ରେ ଗାନ୍ଧି ପୁଣିଥରେ ଓଡିଶା ଗସ୍ତ ଆସିଥିଲେ । ସେହି ସମୟରେ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଘରେ ସେ କିଛି ସମୟ ଅତିବାହିତ କରିଥିଲେ । ସେ ସେହି ସମୟରେ ଓଡିଆ ଭାଷାକୋଷ ଗ୍ରନ୍ଥର ସେ ଭୂୟଶୀ ପ୍ରଶଂସା କରିଥିଲେ । ଗାନ୍ଧୀ ପୁଣିଥରେ ୧୯୨୮ ମସିହାରେ ଦାରୁଣ ବନ୍ୟା ସମୟରେ ଓଡିଶା ଗସ୍ତରେ ଆସିଥିଲେ । ତେବେ ବନ୍ୟାରେ କ୍ଷତିଗ୍ରସ୍ତମାନଙ୍କୁ ଭେଟିବା ସହ ଆଲୋଚନା ମଧ୍ୟ କରିଥିଲେ । ଓଡିଶା ଆସିବା ସମୟରେ ସେ ଗୋପବନ୍ଧୁଙ୍କୁ ପ୍ରଶଂଶା କରିଥିଲେ । ସେହି ସମୟରେ ଏପରି ଜଣେ ବ୍ୟକ୍ତି ଯେ, ନିଜର ଘରର ଦ୍ୱାରକୁ ଭୁଲି ଦେଶ ସେବା କରୁଛି ତାହା ପାଇଁ ସାରା ଦେଶ ଋଣୀ ବୋଲି ସେ କହିଥିଲେ । ଏହି ଗସ୍ତ କାଳରେ ଗାନ୍ଧୀଜୀଙ୍କ ଇଂରେଜ ବନ୍ଧୁ ଏସ. ଏଫ. ଆଣ୍ଡୃଜ ତାଙ୍କ ଅନୁରୋଧ କ୍ରମେ ଓଡ଼ିଶାର ବିସ୍ତୀର୍ଣ୍ଣ ବନ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରି ତାଙ୍କ ଲିଖିତ ‘ଇଣ୍ଡିଆ ଆଣ୍ଡ ସାଇମନ କମିଶନ ରିପୋର୍ଟ’ରେ ଏହି ବନ୍ୟାର କରୁଣ ଚିତ୍ର ମର୍ମସ୍ପର୍ଶୀ ଭାଷାରେ ବର୍ଣ୍ଣନା କରିଥିଲେ, ଯାହା ଫଳରେ ସେ କାଳର ବିହାର-ଓଡ଼ିଶା ସରକାର ବାଧ୍ୟ ହୋଇ ଓଡ଼ିଶାକୁ ତୁରନ୍ତ ରିଲିଫ ସାମଗ୍ରୀ ପଠାଇଥିଲେ ।

୧୯୩୪ ମସିହା ମଇ ମାସ ୫ ତାରିଖରେ ସେ ଝାରସୁଗୁଡାରେ ପହଞ୍ଚିବା ପରେ ଅନୁଗୋଳ ଦେଇ ପୁରୀରେ ପହଞ୍ଚିଥିଲେ । ୮ ତାରିଖରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରି ୯ ତାରିଖରେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ । ମିଳିଥିବା ସୂଚନା ଅନୁସାରେ ଗାନ୍ଧୀ ଯେବେ ଓଡିଶା ଆସିଛନ୍ତି ତାଙ୍କୁ ଦେଖିବା ପାଇଁ ଅନେକ ଲୋକମାନେ ଏକତ୍ରିତ ହେଉଥିଲେ । ତେବେ ଗାନ୍ଧୀଜି ଓଡିଶାକୁ ଅନେକ ଥର ଆସିଛନ୍ତି । ଦେଶର ସ୍ୱାଧୀନତା ଆଣିବାରେ ଓଡିଶା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe