ମି ଠୁ ମହାଭିଯୋଗ । ଆକବରନାମାରେ ଯୋଡି ହେଲା ଆଉ ଜଣେ ସାମ୍ବାଦିକା । ପଲ୍ଲବୀ କହିଲେ ଧର୍ଷଣ, ଆକବର କହିଲେ ସହମତିରେ ହୋଇଥିଲା ସବୁକିଛି

ଆକବରଙ୍କ ପତ୍ନୀ ମଲ୍ଲିକା ମଧ୍ୟ ନିଜ ସ୍ୱାମୀଙ୍କ ସମର୍ଥନରେ ବିବୃତି ଦେଇଛନ୍ତି

141

କନକ ବ୍ୟୁରୋ : ବିଜେପିର ରାଜ୍ୟସଭା ସାଂସଦ ଏମଜେ ଆକବରଙ୍କ ବିରୁଦ୍ଧରେ ଆସିଛି ପୁଣି ଏକ ଯୌନଶୋଷଣର ଅଭିଯୋଗ । ଆମେରିକାରେ ରହୁଥିବା ମହିଳା ସାମ୍ବାଦିକ ପଲ୍ଲବୀ ଗୋଗୋଇ ଏହି ଅଭିଯୋଗ ଆଣି ଥିବା ବେଳେ ୱାଶିଂଟନ୍ ପୋଷ୍ଟରେ ଏକ ଲେଖା ଜରିଆରେ ବୟାନ୍ କରିଛନ୍ତି ପୂରା କାହାଣୀ  ।

ପାଖାପାଖି ୨୩ ବର୍ଷ ତଳର ଅର୍ଥାତ ୧୯୯୪ ମସିହାର କଥା  । ଏସିଆନ୍ ଏଜରେ କାମ କରୁଥିବା ବେଳେ ତକ୍ରାଳୀନ ସମ୍ପାଦକ ଏମଜେ ଆକବରଙ୍କୁ ଓପେଡ୍ ପୃଷ୍ଠା ଦେଖାଇବାକୁ ଯାଇଥିଲି  । ଆକବର ମୋ କାମର ପ୍ରଶଂସା କରିବା ସହ ଚୁମ୍ବନ ଦେବାକୁ ଚେଷ୍ଟା କଲେ  । ତେବେ କୌଣସି ମତେ ସେଠାରୁ ଖସିବାରେ ସଫଳ ହୋଇଥିଲି  । କିଛି ମାସ ପରେ ବମ୍ବେର ଏକ ହୋଟେଲକୁ ଅଫିସ୍ କାମରେ ଡକାଇ ପୁଣି ଚୁମ୍ବନ ଦେବାକୁ ଚେଷ୍ଟା କଲେ ଆକବର  । ଏପରିକି ଚାକିରିରୁ ବାହାର କରିବାର ମଧ୍ୟ ଧମକ ଦେଇଥିଲେ  । ଏହାପରେ ଅଫିସ କାମରେ ଜୟପୁର ଯିବାକୁ ପଡ଼ିଲା  । କାମ ବାହାନାରେ ଆକବର ମତେ ହୋଟେଲରେ ତାଙ୍କ ରୁମକୁ ଡକାଇଲେ  । ଶାରିରୀକ ଦୃଷ୍ଟିରୁ ଅଧିକ ଶକ୍ତି ଥିବାରୁ ଆକବର ଜୋର ଜବରଦସ୍ତି ବଳାକ୍ରାର କଲେ  । ମାନସିକ ଭାବେ ଭାଂଗିପଡ଼ିଥିବାରୁ ଅଭିଯୋଗ ସମ୍ଭବ ନଥିଲା ଓ ମୁଁ ଚାକିରି ଛାଡ଼ିଦେଲି ବୋଲି କହିଛନ୍ତି ପୀଡିତା ।

ସେପଟେ ଏହି ଘଟଣାରେ ସଫେଇ ଦେଇଛନ୍ତି ଆକବର  । ସେ କହିଛନ୍ତି ପଲ୍ଲବୀଙ୍କ ସହମତିରେ ଶାରିରୀକ ସମ୍ପର୍କ ରଖିଥିଲି ଯାହା କିଛି ମାସ ପର୍ଯ୍ୟନ୍ତ ଚାଲିଥିଲା ଓ ପରେ ସହମତିରେ ହିଁ ପରସ୍ପରଠାରୁ ଅଲଗା ହୋଇଥିଲୁ  । ଆକବରଙ୍କ ପତ୍ନୀ ମଲ୍ଲିକା ମଧ୍ୟ ନିଜ ସ୍ୱାମୀଙ୍କ ସମର୍ଥନରେ ବିବୃତି ଦେଇଛନ୍ତି  । ସେ କହିଛନ୍ତି ପଲ୍ଲବୀ ମିଛ କହୁଛନ୍ତି  । ୨୦ ବର୍ଷ ତଳେ ପରିବାରରେ ପଲ୍ଲବୀ ହିଁ ଅଶାନ୍ତିର କାରଣ ପାଲଟିଥିଲେ, ଏପରିକି ତାଙ୍କ ଉପସ୍ଥିତିରେ ମଧ୍ୟ ଆକବରଙ୍କ ପ୍ରତି ଦୁର୍ବଳତା ଜାହିର୍ କରୁଥିଲେ  ।

 

ତେବେ ଦେଶରେ ମିଠୁ କ୍ୟାମ୍ବେନ୍ ଜୋରଦାର୍ ହେବାପରେ ଆକବରଙ୍କ ବିରୁଦ୍ଧରେ ଏକାଧିକ ଯୌନ ଶୋଷଣର ଅଭିଯୋଗ ଆସିଥିଲା ଓ ଆକବରଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା  । ଏବେ ପଲ୍ଲବୀ ଗୋଗୋଇ ନିର୍ଯାତନାର ଆରୋପ୍ ଲଗାଇବା, ଆକବରଙ୍କ ଅଡୁଆ ବଢ଼ାଇବା କୁହାଯାଉଛି  ।