ଭାରତର ଏମିତି ଏକ ରାଜ୍ୟ : ଯେଉଁଠି ରହିଛି ମାତ୍ର ଗୋଟିଏ ରେଳ ଷ୍ଟେସନ୍

191

କନକ ବ୍ୟୁରୋ : ଭାରତୀୟ ରେଳବାଇ ବିଶ୍ୱର ଚତୁର୍ଥ ସର୍ବ ବୃହତ ରେଳବାଇ ଅଟେ । ପ୍ରତିଦିନ ୨୩୧ ଲକ୍ଷ ଯାତ୍ରୀ ଟ୍ରେନରେ ଯାତ୍ରା କରିଥାନ୍ତି । ଏହାସହିତ ମାଲବାହି ଟ୍ରେନ୍ ୩୩ଲକ୍ଷ ଟନର ମାଲ୍ ପ୍ରତିଦିନ ବୋହି ନେଇଥାଏ । ଦେଶର କୋଣ ଅନୁକୋଣକୁ ରେଳ ନେଟୱର୍କ ଲମ୍ବିଛି । ପୂରା ଦେଶରେ ୮ହଜାରରୁ ଅଧିକ ରେଲୱେ ଷ୍ଟେସନ୍ ରହିଛି । କିନ୍ତୁ ଦେଶରେ ଏପରି ଏକ ରାଜ୍ୟ ରହିଛି । ଯେଉଁଠି ମାତ୍ର ଗୋଟିଏ ରେଲୱେ ଷ୍ଟେସନ୍ ରହିଛି । କେଉଁଆଡେ ଯିବାକୁ ହେଲେ ଏହି ରାଜ୍ୟର ନାଗରୀକ ଏହି ଗୋଟିଏ ଷ୍ଟେସନକୁ ଆସି ଟ୍ରେନ୍ ଧରିଥାନ୍ତି ।

ଭାରତର ଏହି ରାଜ୍ୟର ନାଁ ହେଉଛି ମିଜୋରାମ୍ । ଏହି ରାଜ୍ୟର ଜନସଂଖ୍ୟା ପାଖାପାଖି ୧୧ଲକ୍ଷ । ତେବେ ସାରା ଦେଶର କୋଣ ଅନୁକୋଣରେ ଟ୍ରେନ୍ ସେବା ଏକ ବଡ ମାଧ୍ୟମ ହୋଇଥିବା ବେଳେ ମିଜୋରାମ୍ ହିଁ ଏକମାତ୍ର ସହର ଯେଉଁଠି, ୧୧ଲକ୍ଷ ଲୋକଙ୍କ ପାଇଁ ବୈରବୀ ନାମକ କେବଳ ଗୋଟିଏ ରେଳ ଷ୍ଟେସନ୍ ରହିଛି । ଏହି ଷ୍ଟେସନରୁ ଲୋକେ ଯିବା ଆସିବା କରିଥାନ୍ତି । ରାଜ୍ୟରେ ମାତ୍ର ଗୋଟିଏ ରେଳ ଷ୍ଟେସନ୍ ରହିଥିବାରୁ ଲୋକେ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ନୂଆ ରେଳ ଷ୍ଟେସନ ନିର୍ମାଣ ପାଇଁ ବାରମ୍ବାର ଆବେଦନ କରାଯାଇଛି ।