କନକ ବ୍ୟୁରୋ: ଆସାମ ,ମିଜୋରାମରେ ସୀମା ବିବାଦ ଶାନ୍ତ ପଡିଛି ହେଲେ ସାଧାରଣ ଲୋକଙ୍କ ସମସ୍ୟା କହିଲେ ନସରେ ।ସୀମା ବିବାଦକୁ ନେଇ ରାଜ୍ୟର ୩୦୬ ନମ୍ବର ଜାତୀୟ ରାଜପଥ ବନ୍ଦ ଥିବାରୁ ରାଜ୍ୟରେ ପ୍ରେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚି ପାରୁନାହିଁ ।ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପେଟ୍ରୋଲ ବିତରଣ ଉପରେ କଟକଣା ଲଗାଇଛନ୍ତି । ମିଜେରାମ ସରକାରଙ୍କ ନିଷ୍ପତ୍ତି ମୁତାବକ, ଦୈନିକ ୧୨, ୮ ଓ ୬ ଚକିଆ ବାହାନ ଗୁଡିକୁ ସର୍ବାଧିକ ୫୦ ଲିଟର, ମଧ୍ୟମ ବର୍ଗ ଯାନ ଗୁଡିକୁ ୨୦ ଲିଟର , କାର ଗୁଡିକୁ ୧୦ ଲିଟର ଓ ବାଇକ , ସ୍କୁଟର ଗୁଡିକୁ ଦୈନିକ ୩ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଦିଆଯିବ ।

Advertisment

publive-imageରନ୍ଧନ ଗ୍ୟାସ୍, କିମ୍ବା ଖାଦ୍ୟ ସାମଗ୍ରୀ ପରିବହନ କରୁଥିବା ଗାଡି ଉପରେ ନିୟମ କୋହଳ କରାଯାଇଛି । ସରକାର ଏହି ସୂଚନା ରାଜ୍ୟର ପ୍ରତି ଫିଲିଙ୍ଗ ଷ୍ଟେସନ୍କୁ ପଠାଇଛନ୍ତି । ସୀମା ବିବାଦ ସମୟରୁ ଜାତୀୟ ରାଜପଥ ଉପରେ କଟକଣା ଲଗାଯାଇଥିବାରୁ ରାଜ୍ୟକୁ ଇନ୍ଧନ ଓ ଖାଦ୍ୟ ସାମଗ୍ରୀ ଯୋଗାଣ ବାଧାପ୍ରାପ୍ତ ହୋଇଛି ଫଳରେ ସାରଣ ଲୋକେ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ।