ମିଜୋରାମ: ଆଗାମୀ ୮ ମାସ ପର୍ଯ୍ୟନ୍ତ ଗରୀବ ପରିବାର ମାନଙ୍କୁ ରାସନ ଖର୍ଚ୍ଚ ଯୋଗାଇବେ କ୍ରୀଡାମନ୍ତ୍ରୀ

178

କନକ ବ୍ୟୁରୋ : ଦେଶରେ ଜାରି ରହିଥିବା କରୋନା ମହାମାରୀ ପାଇଁ ଅନେକ ଲୋକ ବେରୋଜଗାର ହୋଇଛନ୍ତି । ନିଜ ପରିବାର ପାଇଁ ରାସନ ଖର୍ଚ୍ଚ ଉଠାଇବା ବି କଷ୍ଟକର ହୋଇପଡିଛି । ଏସବୁ ଅସୁବିଧାକୁ ନଜର କରି ମିଜୋରାମ କ୍ରୀଡାମନ୍ତ୍ରୀ ରବର୍ଟ ରୋମାବିୟା ରାୟତେ ଓ ପୂର୍ବତନ ମନ୍ତ୍ରୀ ବୁଲ୍ଲୁଆଇୟା ନିଜ ନିଜ ଅଞ୍ଚଳର ଗରିବ ଲୋକଙ୍କ ରାସନ ଖର୍ଚ୍ଚ ବହନ କରୁଛନ୍ତି ।

୨୦୧୮ ବିଧାନସଭା ନିର୍ବାଚନରେ ଆଇଜଲ ପୂର୍ବ ଦ୍ୱିତୀୟ ନିର୍ବାଚନୀ କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ରାୟତେ । ସେ ଘୋଷଣା କରିଛନ୍ତି କି ଆଗାମୀ ୮ ମାସ ଯାଏଁ ସେ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଗରିବ ଲୋକମାନଙ୍କର ରାସନ ଖର୍ଚ୍ଚ ବହନ କରିବେ । କହିରଖୁ କି, ସରକାରୀ ଅର୍ଥ ନୁହେଁ ବରଂ ନିଜ ଅର୍ଥରେ ସେ ଏହି ଖର୍ଚ୍ଚ ବହନ କରିବେ ବୋଲି କହିଛନ୍ତି ।

କ୍ରୀଡାମନ୍ତ୍ରୀ ରାୟତେ ମେ ମାସରେ ନିଜ ନିର୍ବାଚନ ମଣ୍ଡଳୀରେ ୧୧.୦୮୭ ଜଣଙ୍କ ରାସନ ଖର୍ଚ୍ଚ ବହନ କରିଛନ୍ତି । ସୂଚନା ଥାଉକି ମିଜୋରାମର ରାଇଜୋଲ ପୂର୍ବ ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ କରୋନା ମହାମାରୀରେ ସର୍ବାଧିକ ପ୍ରାଭାବିତ ହୋଇଛି   । ଅନ୍ୟପଟେ ଆଇଜୋଲ ଫୁଟବଲ କ୍ଲବର ମାଲିକ ରାୟତେ କହିଛନ୍ତି କି ସେ ୨୦୧୮ ରେ ବିଧାନସଭାକୁ ନିର୍ବାଚିତ ହେବା ପରେ ତାଙ୍କର ମାସିକ ଦରମାକୁ ସେ ଗରୀବ ଲୋକଙ୍କ ପାଇଁ ସଂଚୟ କରି ରଖିଛନ୍ତି । ସେହିପରି ମିଜୋରାମର ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ ପତ୍ରକାର ବୁଲ୍ଲଆଇୟା ବି ଆଇଜୋଲ ର ଦାବ୍ରପୁଇ, ବେଙ୍ଗଟର ଅଞ୍ଚଳରେ ୫୦୦ ରୁ ଅଧିକ ଗରିବ ପରିବାରର ରାସନ ଖର୍ଚ୍ଚ ବହନ କରୁଛନ୍ତି ।

କହିରଖୁ କି ମିଜୋରାମରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୨.୬୩୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଗତ ୨୪ ଘଂଟାରେ ୨୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଛି ।