କୋଭାକ୍ସିନ ଓ କୋଭିସିଲ୍ଡ ମିକ୍ସ ଡୋଜ ଷ୍ଟଡି ପାଇଁ ବିଶେଷଜ୍ଞ କମିଟିର ସୁପାରିଶ : ଅନୁମତି ମିଳିଲେ ଚତୃର୍ଥ ପର୍ଯ୍ୟାୟରେ ୩୦୦ ଲୋକଙ୍କ ଉପରେ ହୋଇପାରେ କ୍ଲିନିକାଲ ଟ୍ରାଏଲ

139

କନକ ବ୍ୟୁରୋ : କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସ ଡୋଜ୍ ଉପରେ ଷ୍ଟଡି ପାଇଁ ସୁପାରିଶ । ସେଂଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଂଟ୍ରୋଲ ଅରଗାନାଇଜେସନର ସବଜେକ୍ଟ ଏକ୍ସପର୍ଟ କମିଟି ମିକ୍ସ ଡୋଜ୍ ଉପରେ ଷ୍ଟଡି ପାଇଁ ସୁପାରିଶ କରିଛି । ଫେଜ୍-୪ କ୍ଲିନିକାଲ ଟ୍ରାଏଲକୁ ମଂଜୁରୀ ଦେବା ପାଇଁ କୁହାଯାଇଛି । ଅନୁମତି ମିଳିଲେ ୩୦୦ ଲୋକଙ୍କୁ କୋଭିସିଲ୍ଡ ଓ କୋଭାକ୍ସିନର ମିକ୍ସ ଡୋଜ୍ ଦିଆଯିବ ।

ଜଣେ ଲୋକଙ୍କୁ ଦୁଇଟି ଅଲଗା ଅଲଗା ଟିକା ଦିଆଯାଇପାରିବ କି ନାହିଁ ସେନେଇ ଷ୍ଟଡି କରାଯିବ । ଏହା ସହ ଏକ୍ସପର୍ଟ ପେନାଲ ଭାରତ ବାୟୋଟେକର କୋଭାକ୍ସିନ୍ ଓ ନାଜାଲ ଭ୍ୟାକ୍ସିନ୍ ମିକ୍ସିଂ ପାଇଁ ମଧ୍ୟ ସୁପାରିଶ କରିଛି । ସେହିପରି ବାୟୋଲୋଜିକାଲ ଇ, ପିଲାଙ୍କ ଭ୍ୟାକ୍ସିନର କ୍ଲିନିକାଲ ଟ୍ରଏଲ ପାଇଁ ମଞ୍ଜୁରୀ ଦେବା ପାଇଁ ଅନୁମତି ମାଗିଛି । ଡ୍ରଗ୍ସ କଂଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା ଡିସିଜିଆଇ ଏନେଇ ଚୂଡାନ୍ତ ନିଷ୍ପତ୍ତି ନେବ ।