ଦେଶରେ ଲାଗୁ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ଅଲଗା ଟିକାକରଣ ନୀତି । ଜାଣନ୍ତୁ କିଭଳି କାର୍ଯ୍ୟ କରିବ ‘ମିକ୍ସ ଆଣ୍ଡ ମ୍ୟାଚ୍’ ବ୍ୟବସ୍ଥା

978

କନକ ବ୍ୟୁରୋ : ଯଦି ସବୁ ଠିକ ଠାକ୍ ରହିବ ତେବେ ଆଗମୀ ଦିନରେ ଲୋକମାନଙ୍କୁ ଦିଆଯାଉଥିବା କରୋନା ଟିକାର ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଏହା ଅନ୍ୟ କିଛି ନୁହେଁ କେବଳ ଲୋକମାନଙ୍କୁ ଟିକା ଦେବାବେଳେ ଭୂଲରେ ଅନ୍ୟ କମ୍ପାନୀର ଟିକା ଦେବା ଉପରେ ପରିବର୍ତ୍ତନ କରାଯାଉଛି । ବୈଜ୍ଞାନିକ ମାନେ ଏବେ ଏହି ପରୀକ୍ଷାରେ ଲାଗିଛନ୍ତି କି, ଆଗାମୀ ଦିନରେ କିଭଳି ଭାବେ ଲୋକଙ୍କୁ ‘ମିକ୍ସ ଆଣ୍ଡ ମ୍ୟାଚ୍’ ଟିକା ଦିଆଯାଇ ପାରିବ । ଏହାର ଅର୍ଥ ଗୋଟିଏ ଲୋକକୁ ପ୍ରଥମ ଡୋଜରେ ଗୋଟିଏ କମ୍ପାନୀର ଟିକା ଦିଆଯାଇଥିଲେ ଦ୍ୱିତୀୟ ଡୋଜ ବେଳେ କିଭଳି ଅନ୍ୟ ଡୋଜର ଟିକା ଦିଆଯାଇ ପାରିବ ।

ଦେଶରେ ଟିକାକରଣ ବ୍ୟବସ୍ଥା ଉପରେ ନଜର ରଖିଥିବା କମିଟିର ଜଣେ ବରିଷ୍ଠ ସଦସ୍ୟ କହିଛନ୍ତି କି କେବେ କେବେ ଦେଖାଦେଇଛି କି ଗୋଟିଏ ଲୋକକୁ ଦୁଇଟି କମ୍ପାନୀର ଟିକା ଦେବା ପରେ ସେମାନଙ୍କ ଶରୀରରେ ମଜଭୁତି ଓ ଇମ୍ୟୁନିଟି ପାୱାର ବୃଦ୍ଧି ପାଉଛି । ଗୋଟିଏ ପଟେ ଦେଶରେ ଏଭଳି ଘଟଣା ଏବେ ଭୂଲରେ ହେଉଥିବା ବେଳେ ଏହାର କିଛି ପାଶ୍ୱର୍ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ବରିଷ୍ଠ ବୈଜ୍ଞାନିକ ମାନେ କହିଛନ୍ତି କି, ଆଗାମୀ ଦିନରେ ‘ମିକ୍ସ ଆଣ୍ଡ ମ୍ୟାଚ୍’ ଟିକାକରଣ ଉପରେ ଅଧିକ ଗବେଷଣା କରାଯିବ ।

କୋଭିଡ-୧୯ ଟ୍ୟାକ୍ସଫୋର୍ସ କମିଟିର ବରିଷ୍ଠ ସଦସ୍ୟ କହିଛନ୍ତି କି ଗୋଟିଏ ଲୋକକୁ ଅଲଗା ଅଲଗା କମ୍ପାନୀର ଟିକା ଦେବା ପରେ ତାଙ୍କ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି ପାଉଛି । ଏହାସହ ଏହାକୁ ଲାଗୁ କରିବାକୁ ପୁରା ପ୍ରସ୍ତୁତି ଶେଷ ହୋଇଥିବା କଥା ସେ କହିଛନ୍ତି । ଏହା ଲାଗୁହେବା ପରେ ଦେଶରେ ଟିକା ଦେବାର ସମୟରୁ ଆରମ୍ଭ କରି ପ୍ରୋଟୋକଲ ପର୍ଯ୍ୟନ୍ତ ସମସ୍ତ ସ୍ୱରୂପ ବଦଳିଯିବ ।

ଅନ୍ୟପଟେ ଏନେଇ ରିସର୍ଚ୍ଚ କରୁଥିବା ଟିମର କହିବା କଥା କି ଯଦି ସବୁକିଛି ଠିକରେ ଚାଲେ ସେ ଆଗାମୀ କିଛିମାସ ମଧ୍ୟରେ ଦେଶରେ ‘ମିକ୍ସ ଆଣ୍ଡ ମ୍ୟାଚ୍’ ବ୍ୟବସ୍ଥା ଲାଗୁ କରିଦିଆଯିବ । କାରଣ ଆଗାମୀ ୩ ରୁ ୪ ମାସ ମଧ୍ୟରେ ଭାରତକୁ ଅନେକ କମ୍ପାନୀର ଟିକା ଆସିବାକୁ ଯାଉଛି ।