ମିଥୁନ ଚକ୍ରବର୍ତ୍ତିଙ୍କ ପୁଅ ମହାଅକ୍ଷୟଙ୍କ ନାମରେ ସଂଗୀନ ଅଭିଯୋଗ । ଦୁଷ୍କର୍ମ ପରେ ଜବରଦସ୍ତି ଗର୍ଭପାତ କରାଇଥିବା ଅଭିଯୋଗ କଲେ ମଡେଲ

3,590

କନକ ବ୍ୟୁରୋ : ଚଳଚିତ୍ର ତାରକା ମିଥୁନ ଚକ୍ରବର୍ତ୍ତିଙ୍କ ପୁଅ ମହାଅକ୍ଷୟଙ୍କ ନାମରେ ଆସିଲା ଦୁର୍ଷ୍ମମ ଓ ଜବରଦସ୍ତି ଗର୍ଭପାତ ମାମଲା । ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ନେଇ ମିଥୁନଙ୍କ ସ୍ତ୍ରୀ ବବିତା ବାଲି ଙ୍କ ନାମରେ ବି ଅଭିଯୋଗ ।

 ଫିଲ୍ମରେ କାମ କରୁଥିବା ଜଣେ ଅଭିନେତ୍ରୀ ଆଣିଛନ୍ତି ଏମିତି ଅଭିଯୋଗ । ଅଭିଯୋଗ ମୁତାବକ ଅଭିଯୋଗକାରିଣୀଙ୍କ ସହ ୨୦୧୫ରରୁ ସଂପର୍କରେ ଥିଲେ ମିଥୁନଙ୍କ ପୁଅ ମହାଅକ୍ଷୟ । ମହାଅକ୍ଷୟ ବିବାହ କରିବାର ପ୍ରଲୋଭନ ଦେଖାଇ ଅଭିଯୋଗକାରିଣୀଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ । ୨୦୧୫ ରରେ ମହାଅକ୍ଷୟ ପୀଡିତାଙ୍କୁ ଘରକୁ ଡାକିଥିଲେ  । ଏହାପରେ ତାଙ୍କୁ ଥଣ୍ଡାପାନୀୟରେ କିଛି ନିଶା ଔଷଧ ମିଶାଇ ପିଇବାକୁ ଦେଇଥିଲେ । ତାହାକୁ ପିଇ  ପୀଡିତା ବେହୋସ ହୋଇପଡିବା ପରେ ମହାଅକ୍ଷୟ ତାଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖିଥିଲେ । ଏହାକୁ ଜାଣିବା ପରେ ପୀଡିତା ଜଣଙ୍କ ବିରୋଧ କରିବାରୁ ସେ ତାଙ୍କୁ ବିବାହର ପ୍ରତିଶୃତି ଦେଇଥିଲେ । ଏହାପରେ ଦୀର୍ଘ ୪ ବର୍ଷ କାଳ ମହାଅକ୍ଷୟ ପୀଡିତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ । ପୀଡିତା ଯେତେବେଳେ ପୁଣି ଗର୍ଭବତୀ ହୋଇଯାଇଥିଲେ ସେତେବେଳେ ମହାଅକ୍ଷୟ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ । ଏନେଇ ପୀଡିତା ଜଣଙ୍କ ଅରାଜି ହେବାରୁ ସେ ତାଙ୍କ ଅଜାଣତରେ ତାଙ୍କୁ କିଛି ଔଷଧ ଦେଇ ଗର୍ଭପାତ କରାଇଥିଲେ ।

ଏହି ମାମଲାରେ ମିଥୁନଙ୍କ ସ୍ତ୍ରୀ ଯୋଗୀତା ବାଲିଙ୍କ ନାମରେ ବି ଅଭିଯୋଗ କରିଛନ୍ତି ପୀଡିତା । ସେ କହିଛନ୍ତି କି ଏନେଇ ସେ ଅଭିଯୋଗ କରିବା ପରେ ବବିତା ତାଙ୍କୁ ଧମକ ଦେବା ସହ ମାମଲାର ରଫାଦଫା କରିବାକୁ ଚାପ ପକାଉଛନ୍ତି ।

ଏନେଇ ମୁମ୍ବାଇର ଓସିବାରା ପୋଲିସ ଷ୍ଟେସନରେ ମଡେଲ ଜଣଙ୍କ ଅଭିଯୋଗ କରିବା ପରେ ପୋଲିସ  ମହାଅକ୍ଷୟଙ୍କ ବିରୋଧରେ ଧାରା ୩୭୬ (୨), ଧାରା ୩୨୮, ଧାରା ୪୧୭, ଧାରା ୫୦୬, ଧାରା ୩୧୩ ଓ ଧାରା ୩୪ ଲଗାଇ ମାମଲା ରୁଜୁ କରିଛି । ମଡେଲ ଜଣଙ୍କ ୨୦୧୮ ରେ ଏହି ଅଭିଯୋଗ ଦାଖଲ କରିଥିଲେ । ଅଦାଲତ ପ୍ରଥମେ ଏହି ମାମଲାକୁ ଦିଲ୍ଲୀ କୋର୍ଟରେ କରିବାକୁ କହିଥିବା ବେଳେ ଏବେ ଏହାର ଅନ୍ତିମ ଫଳା ଫଳ ପାଇଁ ମାମଲାକୁ ମୁମ୍ବାଇ କୋର୍ଟକୁ ସ୍ଥାନାନ୍ତର କରାଯାଇଛି ।

କହିରଖୁ କି ମହାଅକ୍ଷୟଙ୍କ ନାମରେ ୨୦୧୮ରେ ଅନ୍ୟଜଣେ ଭୋଜପୁରୀ ଅଭିନେତ୍ରୀ ଦୁଷ୍କର୍ମ ଓ ଗର୍ଭପାତ ଭଳି ସଂଗୀନ ଅଭିଯୋଗ ଆଣିଥିଲେ ।