ବିଜେପିରେ ସାମିଲ ହେଲେ ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ । କହିଲେ, ମୁଁ କୋବ୍ରା; ଗୋଟିଏ ଚୋଟରେ ଶେଷ କରିଦେବି ।

ବିଜେପିରେ ସାମିଲ ହେଲେ ବଲିଉଡ୍ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ । କହିଲେ, ମୁଁ କୋବ୍ରା; ଗୋଟିଏ ଚୋଟରେ ଶେଷ କରିଦେବି ।

କନକ ବ୍ୟୁରୋ : ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର କୋଲ୍‌କାତାସ୍ଥିତ ‘ବ୍ରିଗେଡ୍‌ ଗ୍ରାଉଣ୍ଡ୍‌’ରେ ‘ବିଜେପି’ରେ ସାମିଲ ହୋଇଛନ୍ତି। ଏହି ଅବସରରେ ସେ ନିଜକୁ ଗୋଟିଏ କୋବ୍ରା ସାପ ବୋଲି କହିବା ସହିତ ଗୋଟିଏ ଚୋଟରେ ଶେଷ କରିଦେବେ ବୋଲି କହିଛନ୍ତି । ଏଥିସହିତ ସେ ଯାହା କୁହନ୍ତି ତା' କରି ଦେଖାନ୍ତି ବୋଲି କହିଛନ୍ତି । ପରୋକ୍ଷରେ ମିଥୁନଙ୍କ ଏହି କଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ରହିଥିଲା ବୋଲି ରାଜନୈତିକ ପଣ୍ଡିତମାନେ ଆକଳନ କରିଛନ୍ତି । ଏଥିସହ ମିଥୁନ ‘ଭାରତ ମାତାକି ଜୟ’ ଓ ‘ଜୟ ଶ୍ରୀରାମ୍‌’ ନାରା ମଧ୍ୟ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଲିରେ ଫିଲ୍ମଷ୍ଟାର୍‌ ମିଥୁନଙ୍କ ଉପସ୍ଥିତି ବହୁ ବିଜେପି ସମର୍ଥକଙ୍କୁ ‘ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡ୍‌’କୁ ଆକର୍ଷିତ କରିଛି। ଏକଦା ‘ସିପିଆଇ(ଏମ୍‌)’ର ଘନିଷ୍ଠ ଥିବା ମିଥୁନ ଚକ୍ରବର୍ତ୍ତୀ କିଛି ବର୍ଷ ନିମନ୍ତେ ‘ତୃଣମୂଳ କଂଗ୍ରେସ’ ପକ୍ଷରୁ ରାଜ୍ୟସଭାରେ ସାଂସଦ ଥିଲେ। ତେବେ ଆଜି ସେ ‘ବ୍ରିଗେଡ୍‌ ପରେଡ୍‌ ଗ୍ରାଉଣ୍ଡ୍‌’ରେ ପହଞ୍ଚିବା ପରେ ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲୀପ ଘୋଷ ତାଙ୍କୁ ମଞ୍ଚ ଉପରକୁ ପାଛୋଟି ନେଇଥିଲେ। ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟ ଏବଂ ଦଳର ଉପସଭାପତି ମୁକୁଲ ରାୟ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହାପରେ ସେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ନିକଟ ଅତୀତରେ ‘ଆର୍‌ଏସ୍‌ଏସ୍‌’ର ମୁଖ୍ୟ ମୋହନ ଭାଗବତ ଏବଂ କୈଳାସ ବିଜୟବର୍ଗୀୟଙ୍କ ସହ ମିଥୁନ ଚକ୍ରବର୍ତ୍ତୀଙ୍କ ସାକ୍ଷାତ୍‌ ଯୋଗୁଁ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିଥିଲା। ବିଜେପିରେ ମିଥୁନ ସାମିଲ ହେବା ଦ୍ବାରା ଦଳ ସେଠାରେ ଅଧିକ ଲୋକପ୍ରିୟ ହୋଇପାରିବ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe