ବଲିଉଡ୍ ଜଗତର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ପିଠି ଯନ୍ତ୍ରଣା କାରଣରୁ ସେ ପାଖାପାଖି ୧ ବର୍ଷ ହେବ ଲାଇମ ଲାଇଟ ଠାରୁ ଦୂରେଇ ଯାଇଥିଲେ । ଏହାପରେ ସେ ସୁସ୍ଥ ହୋଇ ଫେରିଥିଲେ । କିନ୍ତୁ କିଛି ସମୟ ଅନ୍ତରପରେ ପୁଣିଥରେ ତାଙ୍କର ଏହି ଯନ୍ତ୍ରଣା ଆରମ୍ଭ ହୋଇଛି । ଖବର ଅନୁସାରେ ଦିଲ୍ଲୀରେ ଏବେ ସେ ଚିକିତ୍ସିତ ହେଉଛନ୍ତି ।
ମିଥୁନ ଏକ ବର୍ଷ ହେବ ନିଜ ଓଟି ସ୍ଥିତ ଘରେ ରହୁଥିଲେ । ଏହା ପୂର୍ବରୁ ମିଥୁନ ଚିକିତ୍ସା ପାଇଁ ଲସ ଏଞ୍ଜେଲସ ଯାଇଥିଲେ । ସୁସ୍ଥ ହୋଇ ଫେରିବା ପରେ ସେ ଟିଭି ଶୋ’ରେ ନଜର ଆସିଥିଲେ । ପିଠିରେ ଯନ୍ତ୍ରଣା ହେବାରୁ ସେ ରାଜ୍ୟସଭାରୁ ମଧ୍ୟ ଇସ୍ତଫା ଦେଇଥିଲେ । ସୁଚନା ଅନୁସାରେ ୨୦୦୯ରେ ସୁଟିଂ ସମୟରେ ତାଙ୍କୁ ଗଭୀର ଆଘାତ ଲାଗିଥିଲା ।
ଖବର ଅନୁସାରେ ମିଥୁନ ରାମ ଗୋପାଲ ବର୍ମାଙ୍କ ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିପାରନ୍ତି । ଏହା ସହିତ ସେ ବିବେକ ଅଗ୍ନୀହୋତ୍ରୀଙ୍କ ‘ଦ ତାଶକନ୍ଦ’ରେ ମଧ୍ୟ ନଜର ଆସିବେ । ଏହା ଏକ ପିରିୟଡ- ଥ୍ରୀଲର ଫିଲ୍ମ । ଫିଲ୍ମଟି ଭାରତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ମୃତ୍ୟୁ ଉପରେ ଆଧାରିତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/mithun_647_122616045002.jpg)