କନକ ବ୍ୟୁରୋ: ପ୍ରାୟ ୩ ମାସ ତଳର ଏହି ପୁରୁଣା ବୟାନ, ଏବେ ପୁଣି ଥରେ ତାଜା ହୋଇଯାଇଛି, ଯେତେବେଳେ ଏହି ବୟାନକୁ ନେଇ କୋଲକତା ପୁଲିସ୍ ଛାନିବିନ୍ ଆରମ୍ଭ କରିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସୁପରଷ୍ଟାର ମିଥୁନ୍ ଦେଇଥିବା ଭାଷଣ ଏବଂ ନିର୍ବାଚନ ପରବର୍ତୀ ହିଂସାକୁ ଦୃଷ୍ଟିରେ ରଖି କୋଲକତା ପୁଲିସ୍ ମିଥୁନ୍ ଚକ୍ରବର୍ତୀଙ୍କୁ ଜେରା କରିଛି ।
ମାରବୋ ଇଖାନେ ଲାସ୍ ପୋରବେ ଶ୍ମଶାନେ ଅର୍ଥାତ୍ ଏଇଠି ମାରିବି ଶ୍ମଶାନରେ ଯାଇ ଶବ ପଡିବ । ଠିକ୍ ଏହି ଡାଇଲଗ୍ ନିର୍ବାଚନୀ ସଭାରେ ମାରିିଥିଲେ ମିଥୁନ ଚକ୍ରବର୍ତୀ । ସେହିପରି ଆଉ ଏକ ଡାଇଲଗ୍ ମାରିଥିଲେ ମିଥୁନ୍ ଦା । ଏକ୍ ଛୋବୋଲେ ଛାବି ଅର୍ଥାତ୍ ସାପର ଗୋଟିଏ ଛୋଟ ଛବି ବନେଇ ଦେବ ।
ନିର୍ବାଚନ ଫଳାଫଳର ଏତେ ଦିନ ପରେ ପଶ୍ଚିମବଙ୍ଗରେ ଟିଏମ୍ସି ଓ ବିଜେପି ମଧ୍ୟରେ ମୁହାଁମୁହିଁ ଜାରି ରହିଛି । ଏମିତି କି ଅନେକ ସ୍ଥାନରୁ ହିଂସାର ଖବର ଆସୁଛି । ଆଉ ଏହି ପୃଷ୍ଟଭୂମୀରେ ମିଥୁନ୍ ଚକ୍ରବର୍ତୀଙ୍କୁ ପଚରାଉଚୁରା କରିଛି ପୁଲିସ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/dfd748be-fd33-43bf-afa9-3479e38d861d.jpg)