ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଚର୍କବର୍ତ୍ତୀ । ସ୍ୱତନ୍ତ୍ର ଡାକ୍ତରୀ ଦଳ କରୁଛନ୍ତି ଚିକିତ୍ସା । 

ଛାତିରେ ଯନ୍ତ୍ରଣା କାରଣରୁ ହସ୍ପିଟାଲରେ ଭର୍ତ୍ତି ହେଲେ ମିଥୁନ ଚର୍କବର୍ତ୍ତୀ । ସ୍ୱତନ୍ତ୍ର ଡାକ୍ତରୀ ଦଳ କରୁଛନ୍ତି ଚିକିତ୍ସା । 

କନକ ବ୍ୟୁରୋ : ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ହେବାରୁ ମିଥୁନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ସକାଳେ ମିଥୁନ ଅସୁସ୍ଥ ଅନୁଭବ କରିଥିଲେ ଏବଂ ପରେ ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ମିଳିଥିବା ସୂଚନା ମୁତାବକ, ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ଗତ କିଛି ଦିନ ପୂର୍ବରୁ ମିଥୁନଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ବଲିଉଡ ସମେତ ବିଭିନ୍ନ ଭାଷାରେ ନିର୍ମିତ ଫିଲ୍ମରେ ମିଥୁନ ଅଭିନୟ କରିଛନ୍ତି । ବେଶ କିଛି ବର୍ଷ ବଲିଉଡରେ ରାଜ କରିବା ପରେ ଗତ କିଛି ଦିନ ହେବ ରାଜନୀତିରେ ଏଣ୍ଟ୍ରି କରିଛନ୍ତି ମିଥୁନ୍ ଚକ୍ରବର୍ତ୍ତୀ । ଏବେ ପଶ୍ଚିମବଙ୍ଗ ବିଜେପି ରାଜନୀତିରେ ବେଶ ସକ୍ରିୟ ଅଛନ୍ତି ମିଥୁନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe