କନକ ବ୍ୟୁରୋ : ବଲିଉଡ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି । ଛାତିରେ ଯନ୍ତ୍ରଣା ହେବାରୁ ମିଥୁନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ସକାଳେ ମିଥୁନ ଅସୁସ୍ଥ ଅନୁଭବ କରିଥିଲେ ଏବଂ ପରେ ଛାତିରେ ଯନ୍ତ୍ରଣା ହେବାରୁ ତୁରନ୍ତ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ମିଳିଥିବା ସୂଚନା ମୁତାବକ, ହସ୍ପିଟାଲରେ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି । ଗତ କିଛି ଦିନ ପୂର୍ବରୁ ମିଥୁନଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ବଲିଉଡ ସମେତ ବିଭିନ୍ନ ଭାଷାରେ ନିର୍ମିତ ଫିଲ୍ମରେ ମିଥୁନ ଅଭିନୟ କରିଛନ୍ତି । ବେଶ କିଛି ବର୍ଷ ବଲିଉଡରେ ରାଜ କରିବା ପରେ ଗତ କିଛି ଦିନ ହେବ ରାଜନୀତିରେ ଏଣ୍ଟ୍ରି କରିଛନ୍ତି ମିଥୁନ୍ ଚକ୍ରବର୍ତ୍ତୀ । ଏବେ ପଶ୍ଚିମବଙ୍ଗ ବିଜେପି ରାଜନୀତିରେ ବେଶ ସକ୍ରିୟ ଅଛନ୍ତି ମିଥୁନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/02/mithun.jpg)