ବିଶ୍ୱକପକୁ ଅସମ୍ମାନ କଲେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ । ୱାର୍ଲ୍ଡକପ୍ ଉପରେ ଦୁଇ ଗୋଡ ରଖି ଉଠାଇଲେ ଫଟୋ, କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ।

Advertisment
ବିଶ୍ୱକପକୁ ଅସମ୍ମାନ କଲେ ଅଷ୍ଟ୍ରେଲିଆ କ୍ରିକେଟର ମିଚେଲ ମାର୍ଶ । ୱାର୍ଲ୍ଡକପ୍ ଉପରେ ଦୁଇ ଗୋଡ ରଖି ଉଠାଇଲେ ଫଟୋ, କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ।

କନକ ବ୍ୟୁରୋ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିବା ମହାମୁକାବିଲାରେ ଅଷ୍ଟ୍ରେଲିଆ ବିଜୟୀ ହେବା ପରେ ଏବେ କ୍ରିକେଟର ମିଚେଲ ମାର୍ଶଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା କ୍ରିକେଟ୍ ପ୍ରେମୀଙ୍କୁ ଅତିଷ୍ଠ କରିଛି । ୱାର୍ଲ୍ଡକପ୍ ଉପରେ ମିଚେଲ ଦୁଇ ଗୋଡ ରଖି ଫଟୋ ଉଠାଇଥିବାର ଦେଖିବାକୁ ମିଳିଛି ।

ମିଚେଲ ମାର୍ଶଙ୍କ ଏହି ଫଟୋକୁ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫଟୋକୁ ଦେଖି ଭାରତୀୟ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକୃତରେ ଅଷ୍ଟ୍ରେଲିଆ ବିଶ୍ୱକପ୍ ପାଇଁ ଯୋଗ୍ୟ ନୁହେଁ ବୋଲି କ୍ରିକେଟପ୍ରେମୀ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ପ୍ରଶଂସକ ମିଚେଲଙ୍କୁ ଲିୟୋନେଲ ମେସିଙ୍କ ସହ ତୁଳନା କରିଛନ୍ତି ।

ଯେତେବେଳେ ମେସି ଫିଫା ବିଶ୍ୱକପ୍ ଟାଇଟଲ ଜିତିଥିଲେ, ପରଦିନ ସେ ତାଙ୍କ ସହ ଟ୍ରଫିକୁ ଧରି ଶୋଇଥିବା ଦେଖିବାକୁ ମିଳିଥିଲା। ପ୍ରଶଂସକମାନେ ଏହାକୁ ମିଚେଲ ମାର୍ଶଙ୍କ ସହ ତୁଳନା କରି କହିଛନ୍ତି ଯେ ମିଚେଲ ମାର୍ଶ ଟ୍ରଫିରେ ପାଦ ରଖିବା କେବେବି ଗ୍ରହଣୀୟ ନୁହେଁ । ଏହି ମ୍ୟାଚରେ ମିଚେଲ ମାର୍ଶ ୧୫ ବଲରେ ୧୫ ରନ୍ କରିଥିଲେ। ଏହାବ୍ୟତୀତ ସେ ୨ ଓଭର ବୋଲିଂ କରି ୫ ରନ୍ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe