ସୁବ୍ରତ ରୟଙ୍କ ନିଧନ ପରେ ଖବରରେ ବିଗ ବି ଅମିତାଭ ବଚ୍ଚନ । ଉଠିଲା ପ୍ରଶ୍ନ କାହିଁକି ଚୁପ ରହିଲେ ଅମିତାଭ, ଜଣାଇଲେ ନାହିଁ ସମବେଦନା

820

କନକ ବ୍ୟୁରୋ : ବିଶିଷ୍ଠ ଶିଳ୍ପପତି ସୁବ୍ରତ ରୟଙ୍କ ଆଜି ଅନ୍ତିମସଂସ୍କାର କରାଯାଇଛି । ମୁମ୍ବାଇରୁ ଲକ୍ଷେ୍ନøରେ ଗୁରୁବାର ପାର୍ଥିବ ଶରୀର ପହଁଚିବା ପରେ ପରିବାରଗହଣରେ ଅନ୍ତିମ ସଂସ୍କାର କରାଯାଇଛି । ସିନେମା,ରାଜନୀତି, ବ୍ୟବସାୟ, କିକ୍ରେଟ ଓ ବିଭିନ୍ନ କ୍ଷେତ୍ରର ବରିଷ୍ଠ ବ୍ୟକ୍ତି ସୁବ୍ରତଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଛନ୍ତି । ଅନ୍ୟପଟେ ସୁବ୍ରତଙ୍କ ନିଧନ ଭିତରେ ପୁଣି ଖବରକୁ ଆସିଛନ୍ତି ବଲିଉଡ ମେଗା ଷ୍ଟାର ଅମିତାଭ ବଚ୍ଚନ । କୁହାଯାଏ ଯେବେ ଅମିତାଭ ଆର୍ଥିକ ମାନ୍ଦା ସ୍ଥିତି ଦେଇ ଗତିକରୁଥିଲେ ସୁବ୍ରତ ତାଙ୍କୁ ବଡ ସାହାର୍ଯ୍ୟ କରିଥିଲେ । ସୁବ୍ରତଙ୍କ ଆର୍ଥିକ ସାହାଯ୍ୟ ଅମିତାଭଙ୍କ କମ୍ପାନୀ ଏବିସିଏଲକୁ ବୁଡିବାରୁ ରକ୍ଷା କରିଥିଲା । ଧାର ଉଧାରରେ ବୁଡିଥିବା ସମୟରେ ସୁବ୍ରତ ଦେବଦୂତ ସାଜି ତାଙ୍କୁ ବଡ କ୍ଷତିରୁ ବଂଚାଇଥିଲେ । ତେବେ ସୁବ୍ରତଙ୍କ ମୃତ୍ୟୁ ପରେ ଅମିତାଭ ନୀରବ ରହିବା ସୋସିଆଲ ମିଡିଆରେ ୟୁଜରର୍ସଙ୍କୁ ଦୁଖି କରିଛି । ୟୁଜରର୍ସ ପୋଷ୍ଟ କରି ବିଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ।