ମହାପ୍ରଭୁଙ୍କ ଚିତାଲାଗିରେ ବଡ଼ ଧରଣର ତ୍ରୁଟି । ଦେବୀ ସୁଭଦ୍ରାଙ୍କ ମସ୍ତକରେ ଚିତା ବଙ୍କା, ସ୍ୱୀକାର କଲା ଶ୍ରୀମନ୍ଦିର ପ୍ରଶାସନ ।

144

କନକ ବ୍ୟୁରୋ: ମହାପ୍ରଭୁଙ୍କ ଚିତାଲାଗିରେ ବଡ ଧରଣର ତ୍ରୁଟି । ଚିତାଲାଗି ସମୟରେ ତ୍ରୁଟି ଯୋଗୁଁ ମହାପ୍ରଭୁଙ୍କ ମସ୍ତକରେ ଚିତାକୁ ବଙ୍କା ଲଗାଯାଇଥିବା ଅଭିଯୋଗ ହୋଇଛି । ଶ୍ରାବଣ ମାସର ଚିତାଲାଗି ଅମାବାସ୍ୟା ତିଥିରେ ପରମ୍ପରା ଅନୁସାରେ ଦଇତାପତି ମାନେ ମହାପ୍ରଭୁଙ୍କ ମସ୍ତକରେ ପୁର୍ବରୁ ଖୋଲାଯାଇଥିବା ଦୁର୍ଲଭ ରତ୍ନ ଚିତାକୁ ଲଗାଇବେଳେ ଦାୟିତ୍ୱହିନତା ଯୋଗୁଁ ଦେବୀ ସୁଭଦ୍ରାଙ୍କ ମସ୍ତକରେ ଦୁର୍ମୁଲ୍ୟ ମାଣିକ୍ୟର ଚିତାକୁ ବଙ୍କା ଲଗାଯାଇଛି ।

ସେପଟେ ରତ୍ନ ଚିତା ବଙ୍କା ଲାଗିବାକୁ ସ୍ୱୀକାର କରିଛି ଶ୍ରୀମନ୍ଦିର ପ୍ରଶାସନ । ସ୍ନାନ ପୁର୍ଣିମାରେ ତାହା ଖୋଲାଯାଇ ପୁଣି ରଥଯାତ୍ରା ପରେ ଚିତାଲାଗି ଅମାବାସ୍ୟାରେ ସିଧା ଲଗାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ । ଏପରିକି ବଡଠାକୁର ଶ୍ରୀବଳଭଦ୍ରଙ୍କ ମସ୍ତକରେ ମଧ୍ୟ ଦୁର୍ମୁଲ୍ୟ ନିଳାର ଚିତା ମଧ୍ୟ ତ୍ରୁଟିପୂର୍ଣ୍ଣ ଭାବେ ଲଗାଯାଇଥିବା ଅଭିଯୋଗ ଆସୁଛି । ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକର ଦୁର୍ମୁଲ୍ୟ ହୀରାର ଚିତା ସଠିକ୍ ଭାବେ ରହିଥିବା କୁହାଯାଉଛି । ହେଲେ ଦେବୀଙ୍କ ମସ୍ତକରେ ଚିତା ବଙ୍କା ଲାଗିବା ସବୁଠୁ ବଡ ତ୍ରୁଟି ବୋଲି ଜଗନ୍ନାଥ ପରମ୍ପରାରେ ବିଚାର କରାଯାଉଛି । ତେବେ ଏଭଳି ତୃଟି କେମିତି ହେଲା ତାହାକୁ ନେଇ ଉଠିଛି ପ୍ରଶ୍ନ ଉଠାଇଛନ୍ତି ଦତ୍ତମହାପାତ୍ର ସେବାୟତ ।