ପତଳା ହେବାକୁ ରାତି ଖାଇବା ବନ୍ଦ କରୁଛନ୍ତି କି? ହୋଇପାରେ ମାରାତ୍ମକ ସମସ୍ୟା

255

କନକ ବ୍ୟୁରୋ: ଅନେକ ଲୋକ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ଏହା ସହ କିଛି ଲୋକ ଓଜନ କମାଇବାକୁ ରାତି ଖାଇବାକୁ ବନ୍ଦ କରିଦେଉଛନ୍ତି । ହେଲେ ଏହାଦ୍ୱାରା ଶରୀର ପାଇଁ କେତେ ସମସ୍ୟା ସୃଷ୍ଟିହୁଏ ତାହା ଜାଣିଲେ ବୋଧହୁଏ କେହି ଏପରି ଭୁଲ କରିବେ ନାହିଁ ।

ରାତି ଖାଇବା ଛାଡିବା ଦ୍ୱାରା ଶରୀର ଦୁର୍ବଳ ହେବା ସହ ଗୁରୁତର ରୋଗ ସୃଷ୍ଟି ହୁଏ । ରାତିରେ ଖାଇବା ବନ୍ଦ କଲେ ନିଦ ଠିକ ଭାବେ ହୁଏ ନାହିଁ । କାରଣ ରାତି ବଢିବା ସହ ପେଟରେ ଖାଦ୍ୟ ନଥିବାରୁ ଭୋ୍ ଲାଗିଥାଏ । ଫଳରେ ନିଦରେ ବାଧା ସୃଷ୍ଟି ହୋଇଥାଏ । ଠିକ ଭାବେ ନିଦ ନହେବା କାରଣରୁ ଏହାର ପ୍ରଭାବ ପୁରା ଶରୀର ଉପରେ ପଡିଥାଏ ।

ଅଧିକାଂଶ ସମୟରେ ଲୋକେ ନିଜର ଓଜନ କମ କରିବା ପାଇଁ ରାତି ଖାଦ୍ୟ ଛାଡିଥାନ୍ତି । ଏହାଦ୍ୱାରା ଶରୀର ଧିରେ ଧିରେ ଦୁର୍ବଳ ହୋଇଯାଏ । ତେଣୁ ରାତି ଖାଦ୍ୟ କେବେବି କ କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ସହ ମାନସିକ ସ୍ତରରେ ମଧ୍ୟ ଏହାର କୁପ୍ରଭାବ ପଡିଥାଏ ।

ରାତିରେ ଖାଦ୍ୟ ନଖାଇବା ଦ୍ୱାରା ପେଟ ଦରଜ ସମସ୍ୟା ସୃଷ୍ଟି ହୁଏ । ବରଂ ରାତି ଖାଦ୍ୟ ନଛାଡି ଓଜନ କମାଇବାକୁ ଫାଇବର ଯୁକ୍ତ ହାଲକା ଖାଦ୍ୟ ଗ୍ରହଣ କରନ୍ତୁ ।
ଶରୀରକୁ ସ୍ଲିମ ରଖିବାକୁ ଓ ମୋଟାପଣ କମ କରିବାକୁ ରାତି ଖାଦ୍ୟ ନଖାଇବା ସମାଧାନର ବାଟ ନୁହେଁ । ରାତି ଖାଦ୍ୟ ନଖାଇଲେ ଓଜନ ସିନା କମିଯାଏ ହେଲେ କୁପୋଷଣ ଭଳି ସମସ୍ୟା ସୃଷ୍ଟି ହୁଏ ।

ତେଣୁ ଫିଟ ରହିବାକୁ ଚାହୁଁଥିଲେ ଓ ଓଜନ କମାଇବାକୁ ଚାହୁଁଥିଲେ ଠିକ୍ ସମୟରେ ଉଚିତ ପରିମାଣର ଖାଦ୍ୟ ଖାଇବା ସହ ଶରୀରିକ ପରିଶ୍ରମ ତଥା ଯୋଗ ପ୍ରାଣାୟାମ କରିବାକୁ ନିଜ ଦୈନନ୍ଦିନ ଜୀବନଚର୍ଜ୍ୟାରେ ସାମିଲ କରନ୍ତୁ । ଏହା ହିଁ ସର୍ବୋକ୍ରୃଷ୍ଟ ଉପାୟ ।