ଗାନ୍ଧୀଙ୍କ ଚଷମାରେ ଝଟକୁଛି ସ୍ୱଚ୍ଛ ଭାରତ, ହେଲେ ନିଆଳିର ଚିତ୍ର ନିଆରା । କୁଢ କୁଢ ଅଳିଆ ଭିତରେ ଅଣନିଶ୍ୱାସୀ ନିଆଳି ଲୋକେ

99

କନକ ବ୍ୟୁରୋ : କଟକ ନିଆଳି ବଜାର । ବାହାରକୁ ସଫା ଦେଖା ଯାଉଥିବା ଏ ବଜାର ଭିତରର ଦୃଶ୍ୟ ଖୁବ୍ ଅପରିସ୍କାର । କୁଢ କୁଢ ଅଳିଆ ଆର୍ବଜନା ଯୋଗୁଁ ଦୁର୍ଗନ୍ଧ ହେଉଛି । ସାପ୍ତାହିକ ହାଟ ନିକଟରେ ଥିବା ପଂଚାୟତ ପୋଖରୀର ଦୃଶ୍ୟ । ପୋଖରୀଟି ପଂଚାୟତ ଅଧିନରେ ଅଛି । କିନ୍ତୁ ପୋଖରୀକୁ ଲାଗି ବିଭିନ୍ନ ଦୋକାନ ବଜାର ଓ ହୋଟଲ ରହିଛି । ସମସ୍ତେ ପୋଖରୀରେ ଅପରିଷ୍କାର ପାଣି ଓ ବର୍ଜ୍ୟବସ୍ତୁ ପକାଇ ପୋଖରୀକୁ ଅପରିଷ୍କାର କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସେହିପରି ନିଆଳି ସ୍ୱାସ୍ଥ୍ୟ କେନ୍ଦ୍ରର ଅବର୍ଜନା ଏଠାରେ ପକାଯାଉଛି । ପୋଖରୀ କୂଳରେ କୁଢକୁଢ ଅଳିଆ ଆର୍ବଜନା ପକାଯାଉଛି । ସେପଟେ ଏହି ପୋଖରୀକୁ ଲାଗି ବିଦ୍ୟାଳୟ ,ସେବା ସମବାୟ ସମିତି କାର୍ଯ୍ୟାଳୟ ଓ ଲକ୍ଷ୍ମୀ ବସଷ୍ଟାଣ୍ଡ ନିର୍ମାଣ କରାଯାଉଛି । ତେଣୁ ତୁରନ୍ତ ପଂଚାୟତ ବିଭାଗ ଏହି ସ୍ଥାନରୁ ଆବର୍ଜନା ସଫା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।