ଉତ୍ତରପ୍ରଦେଶ ପରେ ମିଶନ୍ ଉତ୍ତରାଖଣ୍ଡ । ଦେବଭୂମିରେ ନେତାଙ୍କ ଡେରା

129

କନକ ବ୍ୟୁରୋ: ଦେଶର ୫ଟି ରାଜ୍ୟରେ ହେଉଛି ବିଧାନସଭା ନିର୍ବାଚନ । ବିଜୟ ପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଛନ୍ତି । ବିଜେପି ହେଉ କି କଂଗ୍ରେସ, ଆମ ଆଦମି ପାର୍ଟି ହେଉ କି ଶିବସେନା, ସମସ୍ତ ଦଳର ବଡ ବଡ ହେବିୱେଟ ନେତା ଜୋର ସୋରରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ ପାଇଁ ପ୍ରଚାର ଶେଷ ଦିନ ହୋଇଥିବାରୁ ଉତ୍ତରାଖଣ୍ଡରେ ଜୋରଦାର ହୋଇଛି କ୍ୟାମ୍ପେନିଂ ।

ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରୁଦ୍ରପୁରରେ ପହଁଚି ନିର୍ବାଚନୀ ସଭାକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପୁଷ୍କର ଧାମୀଙ୍କ କାମ ସଭିଁଙ୍କ ମୁହଁ ବନ୍ଦ କରିଦେଇଛି, ଯେଉଁମାନେ କହୁଥିଲେ ଅପହଁଚ ସ୍ଥାନରେ କରୋନା ଟିକା ପହଁଚି ପାରୁନାହିଁ । ଏମାନେ ସେହି ଲୋକ ଯେଉଁମାନେ ଟିକାକରଣ ଅଭିଯାନବେଳେ ସ୍ୱଦେଶୀ ଟିକାର ଅପମାନ କରୁଥିଲେ ।

ଉତ୍ତରାଖଣ୍ଡରେ ପ୍ରଚାର କାମରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ସାମିଲ ହୋଇଛନ୍ତି । ଲୋକଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଯୋଗୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମିଙ୍କ କାର୍ଯ୍ୟଶୈଳୀର ପ୍ରଶଂସା କରିଛନ୍ତି । ସେପଟେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଧାମୀ ଉତ୍ତରାଖଣ୍ଡ ଜନତାଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି, ସେ ସରକାରକୁ ଆସିଲେ ରାଜ୍ୟରେ ୟୁନିଫର୍ମ – ସିଭିଲ କୋଡ୍ ଲାଗୁ କରାଇବେ ।

ବିଜେପିକୁ ଟକ୍କର ଦେବାକୁ ପ୍ରସ୍ତୁତ କଂଗ୍ରେସ

ସେପଟେ କଂଗ୍ରେସର ବରିଷ୍ଠ ନେତା ଉତ୍ତରାଖଣ୍ଡରେ ସତାକୁ ଫେରିବାକୁ ଚଳାଇଛନ୍ତି ପ୍ରୟାସ । ହରିଶ ରାୱତଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିଛି କଂଗ୍ରେସ ଓ ତାଙ୍କ ପାଇଁ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ତେବେ ୧୪ ତାରିଖରେ ଅନୁଷ୍ଠିତ ହେବ ଉତ୍ତରାଖଣ୍ଡରେ ନିର୍ବାଚନ । ଶନିବାର ପ୍ରଚାରର ଶେଷ ଦିନ ହୋଇଥିବାରୁ ପ୍ରତ୍ୟେକ ଦଳ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି