କନକ ବ୍ୟୁରୋ: ମୋଦି ସରକାରଙ୍କ ଦ୍ୱିତୀୟ ଇଂନିସର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ସ୍ୱଚ୍ଛ ଭାରତକୁ ଗୁରୁତ୍ୱ । ଦେଶକୁ ସ୍ୱଚ୍ଛ ଓ ପରିସ୍କାର ରଖିବା ଦିଗରେ ମୋଦି ସରକାର ନିଜ ପ୍ରଥମ ପାଳିରେ ହିଁ ପ୍ରତିଶ୍ରୁତି ବଦ୍ଧତା ଦେଖାଇଛନ୍ତି । ଯାହାକୁ ବଜାୟ ରଖିବା ପାଇଁ ଆସନ୍ତା ଅକ୍ଟୋବର ୨ ତାରିଖରେ ରାଜଘାଟ ଠାରେ ଗାନ୍ଧୀ ଜୟନ୍ତୀରେ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ଉଦଘାଟନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ବର୍ତ୍ତମାନ ସୁଦ୍ଧା ଦେଶରେ ୯ କୋଟି ୬୦ ଲକ୍ଷ ଶୌଚାଳୟ ନିର୍ମାଣ କରାଯାଇଛି । ଏବଂ ଏହାଦ୍ୱାରା ୬ ଲକ୍ଷ ୯୦ ହଜାର ଗାଁରେ ଏବେ ଆଉ ଖୋଲାରେ ସୌଚ ନକରି ଶୌଚାଳୟର ବ୍ୟବହାର କରୁଛନ୍ତି । ଆଉ ବିଶେଷ କରି ୫୩ ପ୍ରତିଶତ ସହରୀ ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।
ଦେଶକୁ କିଭଳି ସ୍ୱଚ୍ଛତା କ୍ଷେତ୍ରରେ ବିଶ୍ୱସ୍ତରୀୟ ଉଦାହରଣ କରିପାରିବା ସେନେଇ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି ମୋଦି ସରକାର । ତେଣୁ ୨୦୧୪ ଅକ୍ଟୋବର ୨ ତାରିଖରୁ ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ମିଶନ ଜରିଆରେ ତାହା ପ୍ରତିଫଳିତ ହୋଇଛି । ତେଣୁ ଦୁଇଟି ମିଶନକୁ ଗୁରୁତ୍ୱ ଦିଆଯାଇଛି ପ୍ରଥମଟି ହେଲା ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଏବଂ ଦ୍ୱିତୀୟଟି ସହରାଞ୍ଚଳର ସ୍ୱଚ୍ଛତା । ତେଣୁ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ସ୍ୱଚ୍ଛ ଭାରତ ମିଶନକୁ ସଫଳତାର ଶୀର୍ଷରେ ପହଁଚାଇବାକୁ ଲକ୍ଷ୍ୟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/swachh-bharat03-13-1493886318-208143-khaskhabar.jpg)