କନକ ବ୍ୟୁରୋ : ମିଶନ ଶକ୍ତି ଏବେ ଅଭିଯାନ ହୋଇ ସାରିଛି । ଆଉ ଏହି ଅଭିଯାନ ଏବେ ଆଗକୁ ବଢିଚାଲିବ । ଖାସକରି ଏହି ଅଭିଯାନ ମାଧ୍ୟମରେ ମହିଳା ସଶକ୍ତିକରଣ ସବୁଠୁ ବଡ ଲକ୍ଷ୍ୟ ବୋଲି କହିଛନ୍ତି ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ । ପଞ୍ଚାୟତରାଜି ଜନପ୍ରତିନିଧି ଟ୍ରେନିଂ କାର୍ଯ୍ୟକ୍ରମରେ ସୁଜାତା ମିଶନ ଶକ୍ତିର ଭବିଷ୍ୟତ କାର୍ଯ୍ୟପନ୍ଥା ବାବଦରେ ସୂଚନା ଦେଇଛନ୍ତି । ଏହାଛଡା ମିଶନ ଶକ୍ତି ମହିଳା ମାନେ କିଭଳି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ସହ ସ୍ୱାବଲମ୍ବୀ ହୋଇପାରିଛନ୍ତି ତାହାର ଉଦାହରଣ ସମସ୍ତଙ୍କ ସାମ୍ନାରେ ରଖିଛନ୍ତି ସୁଜାତା ।

Advertisment

ସୁଜାତା କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମିଶନ ଶକ୍ତି ପାଇଁ ଆଗକୁ ଅନେକ ଯୋଜନା ରହିଛି । ଯାହା ମହିଳାଙ୍କୁ ଆହୁରି ସ୍ୱାବଲମ୍ବୀ ଓ ସଶକ୍ତ କରିବ । ପ୍ରତ୍ୟେକ ମହିଳାଙ୍କୁ ନିଜର ଏକ ପରିଚୟ ଦେବା ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ । ଯାହାକୁ ଏବେ ଆଗେଇ ନେଉଛି ମିଶନ ଶକ୍ତି । ଏହାସହ ସୁଜାତା କହିଛନ୍ତି,
ଆଗକୁ ମିଶନ ଶକ୍ତି ମହିଳାଙ୍କ ଲାଗି ଗଠନ ହେବ ରାଜ୍ୟସ୍ତରୀୟ ଫେଡରେସନ
- ଆସନ୍ତା ୧୨ ମାସ ମଧ୍ୟରେ ଏହି ଫେଡରେସନ ଗଠନ ହେବ
-ଏହା ଜରିଆରେ ନିଷ୍ପତ୍ତି ନେବା କ୍ଷେତ୍ରରେ ମହିଳାଙ୍କ ଭାଗିଦାରୀ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି
- ମିଶନ ଶକ୍ତି ଜରିଆରେ ୬୮୦୦ କୋଟି ଋଣ ମହିଳାଙ୍କ ପାଖକୁ ଯାଇଛି
-ଏବର୍ଷ ୯ ହଜାର କୋଟି ପାଇଁ ଯୋଜନା କରାଯାଇଛି
-୫ ବର୍ଷରେ ମିଶନ ଶକ୍ତି ମହିଳାଙ୍କୁ ୫୦ ହଜାର କୋଟି ଟଙ୍କାର ଋଣ ପ୍ରଦାନ ଲାଗି ଲକ୍ଷ୍ୟ ରଖାଯାଇଛି
-୩ ବର୍ଷରେ ତିଆରି ହେବ ୫୦୦ ମିଶନ ଶକ୍ତି ବଜାର
-ବିଦେଶରେ ବି ବିକ୍ରି ହେବ ଓଡ଼ିଶା ମହିଳାଙ୍କ ଦ୍ୱାରା ତିଆରି ଉତ୍ପାଦ
-ସୁସ୍ୱାଦୁ ଖାଦ୍ୟପେୟ ଲାଗି ବ୍ଲକରେ ତିଆରି ହେବ ୫୦୦ ମିଶନ ଶକ୍ତି କାଫେ
-ଲାଇନ ମ୍ୟାନ ହେବେ ମିଶନ ଶକ୍ତି ମହିଳା । ଆସନ୍ତା ବର୍ଷ ଝଐଏ ମହିଳାଙ୍କୁ ଦିଆଯିବ ଲାଇନ ମ୍ୟାନ ଟ୍ରେନିଂ
-ବ୍ୟାଙ୍କିଙ୍ଗ କରେସ୍ପଂଡେଣ୍ଟଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ବସିବା ଲାଗି ସ୍ଥାନ ଦିଅନ୍ତୁ