ମିଶନ ଶକ୍ତି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ପ୍ରଥମ ଦିନରେ ୧୫ ହଜାର ମହିଳା ନେଲେ ସ୍କୁଟର

ମିଶନ ଶକ୍ତି ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ପ୍ରଥମ ଦିନରେ ୧୫ ହଜାର ମହିଳା ନେଲେ ସ୍କୁଟର

କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି । ଆଜି ଶୁଭାରମ୍ଭର ପ୍ରଥମ ଦିନରେ ୧୫ ହଜାର ମହିଳା ଏହି ସ୍କୁଟର ନେଇଛନ୍ତି ।

ଆଗାମୀ ଦିନରେ ୨ ଲକ୍ଷରୁ ଅଧିକ ମହିଳା ସ୍କୁଟର ନେବେ ବୋଲି ଜଣାପଡିଛି । ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ସଶକ୍ତିକରଣ ହେଲେ ସମାଜ ଆଗକୁ ବଢିବ । ମହିଳାଙ୍କୁ ସଶକ୍ତ କରିବା ସହ ଆର୍ଥିକ ସହାୟତା ଓ ନୂଆ ଜୀବିକାର ରାହା ଦେଖାଇବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ୫୦ କୋଟି ଟଙ୍କାର ବଜେଟ ଆବଣ୍ଟନ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe