କନକ ବ୍ୟୁରୋ : ଆଜିଠୁ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ମହିଳା ସଶକ୍ତିକରଣ ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କୁହାଯାଉଛି । ଆଜି ଶୁଭାରମ୍ଭର ପ୍ରଥମ ଦିନରେ ୧୫ ହଜାର ମହିଳା ଏହି ସ୍କୁଟର ନେଇଛନ୍ତି ।

Advertisment

ଆଗାମୀ ଦିନରେ ୨ ଲକ୍ଷରୁ ଅଧିକ ମହିଳା ସ୍କୁଟର ନେବେ ବୋଲି ଜଣାପଡିଛି । ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳା ସଶକ୍ତିକରଣ ହେଲେ ସମାଜ ଆଗକୁ ବଢିବ । ମହିଳାଙ୍କୁ ସଶକ୍ତ କରିବା ସହ ଆର୍ଥିକ ସହାୟତା ଓ ନୂଆ ଜୀବିକାର ରାହା ଦେଖାଇବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ୫୦ କୋଟି ଟଙ୍କାର ବଜେଟ ଆବଣ୍ଟନ ହୋଇଛି ।