କନକ ବ୍ୟୁରୋ: କେନ୍ଦ୍ରାପଡ଼ା ମିଶନ ଶକ୍ତି କ୍ଷୀର ପ୍ଲାଣ୍ଟରେ ତାଲା। କେନ୍ଦ୍ରାପଡ଼ା ବ୍ଲକ୍ ଧୂମାଟ ପଞ୍ଚାୟତରେ ମିଶନ ଶକ୍ତି ପକ୍ଷରୁ ମହିଳା ଗୋଦୁଗ୍ଧ ଉତ୍ପାଦକ ପକ୍ଷରୁ ଆରମ୍ଭ ହୋଇଥିଲା। ପ୍ରାୟ ୩୫ ଲକ୍ଷ ଟଙ୍କା ବ୍ୟୟରେ ୮ଟି ପଞ୍ଚାୟତର ମହିଳା ଋଣ କରି ବ୍ୟବସାୟ ଆରମ୍ଭ କରିଥିଲେ। ହେଲେ ଆରମ୍ଭ ହେବାର କିଛି ଦିନ ପରେ ପ୍ଲାଣ୍ଟ ବନ୍ଦ। ଯୋଜନା ଥିଲା କ୍ଷୀର କିଣି ପ୍ୟାକିଂ କରି ବିକ୍ରୀ କରିବେ। ଘିଅ, ପନିର, ଦହି ପ୍ରସ୍ତୁତ କରି ମଧ୍ୟ ବିକ୍ରୀ କରିବେ। ହେଲେ ଏବେ ପ୍ରକଳ୍ପ ବନ୍ଦ। ଆଉ ଚାଲୁନି କ୍ଷୀର ପ୍ଲାଣ୍ଟ। ପ୍ରଶାସନିକ ଅଧିକାରୀ ନୋଇଡାରୁ ଯେଉଁ ଯନ୍ତ୍ରାଂଶ କିଣିଥିଲେ ତାହା ୬ ମାସରେ ଖରାପ ହୋଇଗଲା। ବାରଂବାର ନୋଇଡାରୁ ଆସି ସଜାଡିବା ପାଇଁ ବହୁତ୍ ଅର୍ଥ ଆବଶ୍ୟକ। ତାଛଡା କେଉଁ କମ୍ପାନୀର ଏହି ମେସିନ ତାହା ମଧ୍ୟ ଜଣାପଡିନି। ତେଣୁ ଯେଉଁ କିଛି ଟଙ୍କା ଋଣରେ ଆଣି ତିଆରି କରିଥିଲେ, ଆଉ ଫେରି ପାଇବେ କି ନାହିଁ ତାକୁ ନେଇ ଦେଖାଦେଇଛି ଅନିଶ୍ଚିତତା।
ମିଶନ ଶକ୍ତି ମିଲ୍କ ପ୍ଲାଣ୍ଟରେ ପଡ଼ିଲା ତାଲା ; କ୍ଷୀର ବ୍ୟବସାୟ ପାଇଁ ଋଣ ଆଣିଥିଲେ, ହେଲେ ଫେରିପାଇବାକୁ ନେଇ ଉପୁଜିଲା ବିବାଦ
/kanak/media/post_attachments/wp-content/uploads/2024/08/11-12.jpg)