କନକ ବ୍ୟୁରୋ : ନିର୍ବାଚନରେ କିଏ ହାରିବ କିଏ ଜିତିବ, ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ମହିଳାଙ୍କ ଭୋଟର । ପୂର୍ବାପେକ୍ଷା ମହିଳା ଭୋଟରମାନେ ସଚେତନ ହେବା ସହ ନିର୍ବାଚନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ବିଶେଷ କରି ମିଶନ ଶକ୍ତି ଜରିଆରେ ଏସଏଚଜି ଗଠନ ହେବା ପରେ ମହିଳା ଭୋଟରଙ୍କ ଗୁରୁତ୍ୱ ବେଶ ବଢ଼ିଯାଇଛି ।

Advertisment

ତେଣୁ ମହିଳା ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରାୟ ପ୍ରମୁଖ ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ଲାଗି ପଡିଛନ୍ତି । ଚଳିତ ନିର୍ବାଚନରେ ଏହାର ଝଲକ ଦେଖିବା ପାଇଁ ମିଳିଛି ।ମାହାଙ୍ଗା ବ୍ଲକ କୁଣ୍ଡି ପଂଚାୟତ । ଜଣେ ସରପଂଚ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମିଶନ ଶକ୍ତିର ମହିଳା । ଆଉ ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି । ତେବେ ବର୍ତମାନର ସରପଂଚ ପ୍ରାର୍ଥୀଙ୍କ ପତ୍ନୀ ଗତଥର ସରପଂଚ ଥିବାବେଳେ ବହୁତ କାମ କରିଥିବାରୁ ମହିଳାମାନେ ତାଙ୍କ ସ୍ୱାମୀଙ୍କ ପାଇଁ ପ୍ରଚାର କରୁଥିବା ପ୍ରକାଶ କରିଛନ୍ତି ।

ସେପଟେ, ପାଖେଇ ଆସୁଛି ନିର୍ବାଚନ ତାରିଖ, ଗାଁ ଗାଁରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । ସୁନ୍ଦରଗଡ଼ରେ ଶଙ୍ଖ ବଜାଇ ଗାଁ ଗାଁ ରେ ପ୍ରଚାର କରୁଛନ୍ତି ବିଜେଡି ନେତା ଓ ପ୍ରାର୍ଥୀ । ଟାଙ୍ଗରପାଲି କ ଜୋନରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ଜଣେ ଉଚ୍ଚଶିକ୍ଷିତ ମହିଳା । ଆଇନଜୀବି ଗେଲବତି ପଟେଲ ଜିତିବା ପାଇଁ ଯୋଡି ଶଙ୍ଖୁଆଙ୍କୁ ନେଇ ପ୍ରଚାର କରୁଛନ୍ତି ।