ସଫଳ ହେଲା ମିଶନ ରାହୁଲ। ବୋରୱେଲରୁ ଉଦ୍ଧାର ହେଲା ରାହୁଲ ।

399

କନକ ବ୍ୟୁରୋ : ୧୦୦ଘଣ୍ଟାରୁ ଅଧିକ ସମୟର ଅପରସେନ ପରେ ଉଦ୍ଧାର ହେଲା ରାହୁଲ । ଛତିଶଗଡର ଜାଞ୍ଜଗିରି-ଚାମ୍ପାରେ ଫସିଥିବା ରାହୁଲ ଉଦ୍ଧାର ହୋଇଛି । ଯବାନ ଅନୀଲଙ୍କ ହାତରେ ରାହୁଲକୁ ଉଦ୍ଧାର କରାଯାଇଛି । ରାହୁଲକୁ ବୋରୱେଲରୁ ଟନେଲକୁ ଅଣାଯିବା ପରେ ବାହାରକୁ ଅଣାଯାଇଥିଲା । ବାହାରେ ଥିବା ମେଡିକାଲ ଟିମ୍ ତୁରନ୍ତ ତାଙ୍କୁ ମେଡିକାଲ ସହାୟତା ଯୋଗାଇଥିଲେ ।

ବାଧକ ସାଜିଥିବା ପଥର ଚଟାଣ କାଟିବା ପାଇଁ ଅନେକ ସମସ୍ୟାଥିଲା ତେବେ ଏହାକୁ କାଟିବା ପରେ ରାହୁଲକୁ ଉଦ୍ଧାର କରାଯାଇଛି । ଭିଏଲସି କ୍ୟାମେରା ଦ୍ୱାରା ରାହୁଲର ଅବସ୍ଥିତି ଅନୁଧ୍ୟାନ କରିଥଲା ଉଦ୍ଧାରକାରୀ ଟିମ୍ । ଶେଷରେ ଦୀର୍ଘ ସମୟର ଲଗାତର ପ୍ରୟାସ ପରେ ତାକୁ ଉଦ୍ଧାର କରାଯାଇଛି । ଉଦ୍ଧାରକାରୀ ଦଳଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ଥିଲା ରାହୁଲକୁ ଉଦ୍ଧାର କରିବା । ମିଶନମୋଡରେ ରାହୁଲଙ୍କୁ ଉଦ୍ଧାର ପାଇଁ ଅପରେସନକୁ ଜୋରଦାର କରାଯାଇଥିଲା ।

ଜାଞ୍ଜଗିରି-ଚାମ୍ପାରେ ବୋରୱେଲ ଭିତରେ ଫସିରହିଥିଲା ୧୦ ବର୍ଷୀୟ ରାହୁଲ । ଗତ ୪ ଦିନ ଧରି ସେ ସେଠାରେ ଫସିରହିଥିବା ବେଳେ ଉଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଥିଲା ଦିନ ରାତିି ଉଦ୍ଧାରକାରୀ ଦଳ ସେଠାରେ ପ୍ରୟାସ ଜାରିରଖିଥିଲେ ଏବଂ ଶେଷରେ ତାଙ୍କୁ ସଫଳତା ମିଳିଛି । ରାହୁଲଙ୍କୁ ଉଦ୍ଧାର ପାଇଁ ଭାରତୀୟ ସେନା, ଏନଡିଆରଏଫର ଟିମ, ସ୍ଥାନୀୟ ପୋଲିସ ଲାଗିପଡିଥିଲେ । ତେବେ ଗ୍ରାନାଇଡ୍ ପଥର ଥିବାରୁ ତାକୁ କାଟି ଉଦ୍ଧାର କରିବାରେ ସମୟ ଲାଗୁଥିଲା କିନ୍ତୁ ପରେ ପଥର ଚଟାଣକୁ କଟାଯାଇଥିଲା । ରାହୁଲକୁ ସୁରକ୍ଷିତ ବାହାରକୁ ଆଣିବାରେ ପରେ ତାକୁ ମେଡିକାଲ ନିଆଯାଇଥିଲା ।