କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ୨୩ ଅକ୍ଟୋବର ଠାରୁ ବିହାର ନିର୍ବାଚନ ପାଇଁ ଜନ ସଭାରେ ଯୋଗ ଦେବାର କାର୍ଯକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କର ଏହି ୧୨ ଦିନିଆ କାର୍ଯ୍ୟକ୍ରମରେ ୧୨ ଟି ରାଲି ହେବ । ଯେଉଁଠାରେ ଜନସଭାକୁ ସମ୍ବୋର୍ଦ୍ଧିତ କରିବେ ମୋଦି । ସବୁଠାରୁ ବଡକଥା ଏହି ୧୨ ଟି ଯାକ ଜନସଭାରେ ମୋଦିଙ୍କ ସହିତ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନିତୀଶ କୁମାର ଯୋଗ ଦେବେ ବୋଲି ସୂଚନା ମିଳିଛି । ପ୍ରତ୍ୟେକ ଦିନ ପ୍ରଧାନମନ୍ତ୍ରୀ ୩ ଟି ରାଲି କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ ଅକ୍ଟୋବର ଦିନ ପ୍ରଥମ ରାଲି ଶାସାରାମ, ଗୟା ଓ ଭାଗଲପୁରରେ ଜନସଭାକୁ ଉଦବୋଧନ ଦେବେ । ସେହିଭଳି ଦ୍ୱିତୀୟ ରାଲି ୨୮ ଅକ୍ଟୋବରକୁ ଦରଭଙ୍ଗା, ମୁଜାଫରପୁର,ଓ ପାଟନାରେ ଅନୁଷ୍ଟିତ ହେବ । ତୃତୀୟ ରାଲି ମୋତିହାର,ସମସ୍ତିପୁର ଓ ଛପରା ଠାରେ ହେବ ବୋଲି କୁହାଯାଇଛି । ୩ ନଭେମ୍ବର ଦିନ ଅରରିୟା ଓ ବେତିୟା ଠାରେ ଜନସଭାକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।

Advertisment

କହିରଖୁ କି ବିହାର ନିର୍ବାଚନ ପାଇଁ ଏନଡିଏ ଜୋରଦାର ପ୍ରଚାର ଅଭିଯାନ ଚଳାଇଛି । ମୁଖ୍ୟମନ୍ତ୍ରୀ ନିତୀଶ କୂୁମାରବି ବିଜେପି ଓ ଜେଡିୟୁ ପାଇଁ ବିଭିନ୍ନ ଜନସଭାରେ ଯୋଗ ଦେଉଛନ୍ତି । ପ୍ରଥମେ ସେ ଭର୍ଚୁଆଲ ରାଲି କରୁଥିବା ବେଳେ ଏବେ ପ୍ରକୃତ ରାଲିରେ ଯୋଗ ଦେଉଛନ୍ତି ।
୨୦୧୯ ସାଧାରଣ ନିର୍ବାଚନ ଭଳି ଏଥର ବି ଜେଡିୟୁ ଏନଡିଏର ବଡଭାଇ ଭାବେ ମେଣ୍ଟକୁ ପରିଚାଳନା କରୁଥିବା ଦେଖିବାକୁ ମିଳିଛି । ଆସନ ବୁଝାମଣା ବେଳେ ବି ଜେଡିୟୁକୁ ୧୨୨ ଓ ବିଜେପିକୁ ୧୨୧ ଆସନ ମିଳିଥିଲା । ଜେଡିୟୁକୁ ମିଳିଥିବା ୧୨୨ ଆସନରୁ ଜିତିନରାମ ମାଂଝୀଙ୍କ ଆୱାମ ପାର୍ଟିକୁ ୭ ଆସନ ଛାଡିଥିଲା । ସେହିଭଳି ବିଜେପି ଭାଗରେ ପଡିଥିବା ୧୨୧ ଆସନରୁ ମୁକେଶ ସାହାଣୀଙ୍କ ଭିଆଇପି ପାର୍ଟିକୁ ୧୧ ଟି ଆସନ ଛାଡିଛି । ଅନ୍ୟପଟେ ଦୀର୍ଘଦିନ ହେବ ଏନଡିଏ ମେଣ୍ଟରେ ସାମିଲ ହେଉଥିବା ସ୍ୱର୍ଗତଃ ରାମବିଳାଶ ପାସୱାନଙ୍କ ଲୋକ ଜନଶକ୍ତି ପାର୍ଟି ଏଥର ଏନଡିଏ ମେଣ୍ଟରେ ନାହିଁ । ନିତୀଶ କୁମାରଙ୍କୁ ବିରୋଧ କରି ରାଜ୍ୟ ଏଲଜେପିର ମୁଖ୍ୟ ଚିରାଗ ପାସୱାନ ଏକକୀ ନିର୍ବାଚନ ଲଢୁଥିବା ଦେଖିବାକୁ ମିଳିଛି । ହେଲେ ଏଲଜେପି ଏକାକୀ ଲଢୁଥିବା ବେଳେ ବିଜେପିର ଅନେକ ବରିଷ୍ଠ ନେତା ଏଲଜେପିରେ ସାମିଲ ହେଉଥିବା ଦେଖିବାକୁ ମିଳିଛି ।